ନିରାକାରପୁର, ୮/୭/୨୦୨୪ (ଓଡ଼ିଶା ସମାଚାର)- ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବ ରେ ସ୍ଥାନୀୟ ରାମଚନ୍ଦ୍ର ବିଦ୍ୟାନିକେତନ, ରମାବିଲିର ସଭା ଗୃହ ପ୍ରାଙ୍ଗଣରେ ଟାଙ୍ଗି ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ଆଲୋଚନା ସମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ପାଇକରାୟ ସ୍ୱାଗତ ଭାଷଣ ଦେଇଥିଲେ। ଅତିଥି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବୀ, ସିଆରସିସି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସମଗ୍ର ଶିକ୍ଷା କୋ-ଅର୍ଡିନେଟର ଶ୍ରୀମତୀ ସୁନିତା ବେହେରା,ନିରାକାରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସ୍ନିଗ୍ଧା ଛୋଟରାୟ, ରମାବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟୁଲୁ ମାଝୀ, ଛଣଗିରି ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ପୁର୍ଣିମା ମହାପାତ୍ର ସମେତ ୨୫ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସମଗ୍ର ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବୌଦ୍ଧିକ ଜ୍ଞାନର ବିକାଶ ସହିତ ସୃଜନ ଶୀଳ ଦ୍ୱାରା କିପରି ବିକାଶ ହେବ ଆଲୋଚନା କରାଯାଇଛି। ପରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ଉପରେ ଆଲୋଚନା କରାଯିବା ସହିତ କିପରି ଟାଙ୍ଗି ବ୍ଲକ ଖୋର୍ଦ୍ଧା ଜ଼ିଲ୍ଲାରେ ଅଗ୍ରଣୀ ସ୍ଥାନ ଲାଭ କରି ସୁନାମ ଅର୍ଜନ କରିବ, ସେଥିପାଇଁ ପ୍ରୟାସ ଜାରି ରଖିବାକୁ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାହୁ ନିବେଦନ କରିଥିିଲେ। ମଧ୍ୟାହ୍ନ ଭୋଜନର ବିରତି ପରେ ବିଦ୍ୟାଳୟର ସ୍ମାର୍ଟ ଗୃହ, ବିଜ୍ଞାନଗାର, ପାଠାଗାର, ଖେଳ ପଡିଆ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିବେଶ ସନ୍ତୋଷ ଜନକ ବୋଲି ମତାମତ ରଖିଥିଲେ. ପରିଶେଷରେ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରୀଶ ସାମନ୍ତସିଂହାର ସମସ୍ତ ସଂମାନନୀୟ ଅତିଥିବୃନ୍ଦ ତଥା ପ୍ରଧାନ ଶିକ୍ଷକ -ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ସହିତ ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ସହିତ କୃତଜ୍ଞତା ଜଣାଇଥିଲେ।