ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ

ରାଉରକେଲା,୧୦/୧୦/୨୦୨୪ (ଓଡ଼ିଶା ସମାଚାର)- ଆଜି ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସର ରେ ପାନପୋଷ ତାଲୁକ ତଥା ପାନପୋଷ ଉପଖଣ୍ଡ ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ ଶ୍ରଦ୍ଧା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଶ୍ରଦ୍ଧା ର ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଅନ୍ତେବାସୀ ଙ୍କ ସହ କିଛି ସମୟ ଅନ୍ତରଙ୍ଗ ବାର୍ତ୍ତାଳାପ କରିବା ସହିତ ସେମାନଙ୍କର ମୈlଳିକ ଅଧିକାର ଉପରେ ଅଧିକ ତଥ୍ୟ ଦେଇଥିଲେ । ସୁସ୍ଥ ସମାଜ ଗଠନ ରେ ଏମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ସହାୟକ ସାଧନ ଯୋଗାଇ ଦେବାକୁ ଅଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଶ୍ରଦ୍ଧା ର  ପିଲାମାନଙ୍କୁ ଫଳମୂଳ ପ୍ରଦାନ କରିଥିଲେ । ଶ୍ରଦ୍ଧା ର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ବୌଦ୍ଧିକ ବିକାଶ ବାଧିତ ତଥା ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ  ଅନୁଷ୍ଠାନ ରେ ଚାଲୁଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ସ୍ଵାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ କୁ ଶ୍ରଦ୍ଧା ର ସୁକୁମାର ପାଣ୍ଡବ ଏବଂ  ପାନପୋଷ ତାଲୁକ ର ଇଭା ଅନୁପମା ଲୁଗୁନ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *