ପୁଲିସର ପାପୁଲି ଛିଡାଇଥିବା ଅଭିଯୁକ୍ତ କମଲୁ କୁ ଏନକାଉଣ୍ଟର

ସମ୍ବଲପୁର, ୧୦/୧୦/୨୦୨୪ (ଓଡ଼ିଶା ସମାଚାର)- ପୁଲିସକୁ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ହାଣି ପାପୁଲି ଛିଡାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୁଲିସ। ପେସାଦାର ଅପରାଧୀ କମଲୁ ପ୍ରଧାନ କିଛି ଦିନ ତଳେ ଜଣେ କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା। ଗତ ୪ତାରିଖ ଦିନ ଝରାପାଲିରେ ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ କରିଥିଲା ଅଭିଯୁକ୍ତ କମଲୁ। ଏକ ଭୁଜାଲିରେ କନେଷ୍ଟବଳ ସରୋଜ ଭୋଇ ଙ୍କ ହାତକୁ ହାଣି କମଲୁ ଫେରାର ହୋଇଯାଇଥିଲା । କୌଣସି ସୂତ୍ରରୁ କମଲୁ କଟାପାଲି ନିକଟ ଜଙ୍ଗଲରେ ଲୁଚିଥିବା ଖବର ପାଇ ଏ.କଟାପାଲି ଜଙ୍ଗଲରେ ଅଭିଯୁକ୍ତ କମଲୁ କୁ ଧରିବାକୁ ଯାଇଥିବା ବେଳେ ପୁଣି ଥରେ ପୁଲିସ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କମଲୁ। ଜଣେ ପୁଲିସ କର୍ମଚାରୀ ଆହତ ହେବାରୁ ପୁଲିସ କମଲୁକୁ ଏନକାଉଣ୍ଟର କରିଛି। ବୁର୍ଲା ଥାନା ଅଧିକାରୀ ଅନୀଲ ପ୍ରଧାନଙ୍କ ଗୁଳି କମଲୁ ର ଡାହାଣ ଗୋଡରେ ଗୁଳି ବାଜିଛି। କମଲୁ ର ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। କମଲୁ ଓ ଆହତ ଏସଆଇ ଦେବାଶିଷ ଖିଲାରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *