ବାଲିଗୁଡା ବସଷ୍ଟାଣ୍ଡରୁ ମୃତଦେହ ଉଦ୍ଧାର

ବାଲିଗୁଡା,୦୯/୧୦/୨୦୨୪ (ଓଡ଼ିଶା ସମାଚାର)-ବାଲିଗୁଡା ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମଗାରରୁ ଜଣେ ଯୁବକ ବେହୁ ସମୟଧରି ଶୋଇରହିଥିଲା । ଗତକାଲି ବିଳମ୍ବିତ ରାତିରେ ଏହାକୁ ଦେଖି କିଛି ଲୋକ ପୋଲିସରେ ଖବର ଦେଇଥଲେ । ଏହାପରେ ପୋଲିସ ବସଷ୍ଟାଣ୍ଡକୁ ଆସି ଏହି ଶୋଇରହିଥିବା ଲୋକକୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଉଠିନଥିଲା । ଏହାପରେ ସେହି ଯୁବକକୁ ଉପଖଣ୍ଡ ଚିକତ୍ିସାଳୟକୁ ନେଇଥିଲେ । ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣ କରିଥିଲେ ।ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମହାଦେବ ରାଏ । ବିହାର ରାଜ୍ୟର ମୋତିହାରି ଜିଲାର ଦାମତୋଲା ଗ୍ରାମର ବୋଲି ଜଣାପଡିଛି । ସେ ତାଙ୍କ ସମ୍ପର୍କୀୟ ଭାଇ ଘରକୁ ତୁମୁଡିବନ୍ଧ ବ୍ଲକ ଲଙ୍କାଗଡକୁ ବୁଲି ଆସିଥିଲେ ଏବଂ ସେ ମେଲେରିଆ ଜ୍ୱରରେ ପିଡିତଥିବା ଜଣା ପଡିଛି । ଏହାକୁ ନେଇ ଅପମୃତୁ ମାମଲାରେ କେଶ ନମ୍ବର ୧୯/୨୪ରେ ମାମଲା ରୁଜୁକରି ତଦନ୍ତ କରାଯାଉଛି ବୋଲି ଆଇଆଇସି ଶୁଶାନ୍ତ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *