ମତଦାନ ଦିବସ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରିହେଲା ମାର୍ଗଦର୍ଶିକା

 ଜଗତସିଂହପୁର, ୨୭/୦୫/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁନ୍ ୧ ତାରିଖ ରେ ଜଗତସଂହପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଭୋଟ ଗ୍ରହଣ ଦିନ ମତଦାନକୁ ସୁଗମ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଭାରତ ନିର୍ବାଚନ ଆୟୋଗ ଦ୍ଵାରା ଜାରି କରାଯାଇଥିବା ମତଦାତା ମାର୍ଗଦର୍ଶିକା ଅନୁଯାୟୀ କିଛି ନିୟମାବଳୀ ଜାରି କରିଛି। ଯେପରିକି ମତଦାନ ଦିନ ମତଦାତା ମାନେ ବୁଥ୍ କୁ ୧୩ ଗୋଟି ଅନୁମୋଦିତ ଦସ୍ତାବିଜ୍ ମଧ୍ୟରୁ ଯେ କୌଣସି ଗୋଟିଏ ନେଇ ଆସିବା ବାଧ୍ୟତାମୂଳକ। ସେଗୁଡିକ ହେଲା ଭୋଟର ପରିଚୟ ପତ୍ର (EPIC), ଆଧାର କାର୍ଡ, ପାନ୍ କାର୍ଡ , ଦିବ୍ୟାଙ୍ଗ ପରିଚୟ ପତ୍ର (UDID), ଫଟୋ ସଂଲଗ୍ନ ଥିବା ଚାକିରି କ୍ଷେତ୍ରର ପରିଚୟ,ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ବା ପୋଷ୍ଟ ଅଫିସର ପାସ୍ ବୁକ୍, ଶ୍ରମ ମନ୍ତ୍ରଣାଳୟ ଯୋଜନା ଅଧୀନରେ ପ୍ରଦତ୍ତ ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, (NPR) ଅନ୍ତର୍ଗତ RGI ଦ୍ଵାରା ପ୍ରଦତ୍ତ ସ୍ମାର୍ଟକାର୍ଡ,ଫଟୋ ସଂଲଗ୍ନ ପେନସନ ବହି/ଦସ୍ତାବିଜ୍ , ସାଂସଦ, ବିଧାୟକ, ବିଧାନସଭା ପରିଷଦର ସଦସ୍ୟଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର,MGNREGA ଜବ୍ କାର୍ଡ। ଏଥିମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ଦର୍ଶାଇ ମତଦାତା ନିଜର ପରିଚୟ ସାବ୍ୟସ୍ତ କରିପାରିବେ। ମତଦାତାମାନେ ମାର୍ଗଦର୍ଶିକା ଅନୁଯାୟୀ ମତଦାନ କେନ୍ଦ୍ରକୁ ମୋବାଇଲ, କ୍ୟାମେରା, ହେଡଫୋନ, ଏବଂ ସ୍ମାର୍ଟୱାଚ ଭଳି ବୈଦ୍ୟୁତିକ ଉପକରଣ ନେବାକୁ ବାରଣ କରାଯାଇଛି। ମତଦାନ କେନ୍ଦ୍ର ଭିତରେ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନକୁ ମଧ୍ୟ ବାରଣ କରାଯାଇଛି। ସେହିପରି ମତଦାନକୁ ସହଜ କରିବା ନିମନ୍ତେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଅକ୍ଷମତା ହେତୁ ସାଥୀ ମତଦାତାଙ୍କ ସାହାଯ୍ୟ ନେଇପାରିବେ। ଏହାଛଡା ସମସ୍ତ ପ୍ରାର୍ଥୀ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ପୋଲିଂ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ମତଦାନ ଦିନ ସକାଳ ୫.୩୦ ମି ସୁଦ୍ଧା ମତଦାନ କେନ୍ଦ୍ରରେ ପହଞ୍ଚି ମକପୋଲରେ ଉପସ୍ଥିତ ରହିବାକୁ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *