ସରପାରୀ ରଘୁନାଥ ଜୀଉଙ୍କ ବାର୍ଷିୋତ୍ସବ ଓ ୪୪  ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ

ନିରାକାରପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ସରପାରୀ କଂସାରୀ ସାହି ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ବାର୍ଷିୋତ୍ସବ ଓ ୪୪  ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ ୧୫ ତାରିଖ ରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆଜି ଗ୍ରାମର ସଂକଳ୍ପ ଧାରୀ ମାନେ ଜଳଯାତ୍ରା କରିବା ସହିତ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଠାକୁର ଭୋଗ ଲାଗି କରିଥିଲେ ।ଘଣ୍ଟାଘଣ୍ଟି , ଝାଞ୍ଜ, ଖୋଳ ଶବ୍ଦରେ ଗ୍ରାମ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ଶନି ବାର ପର୍ଯ୍ୟନ୍ତ ଚାଲିବ। ଶେଷ ଦିବସରେ ନଗର ଭ୍ରମଣ, ଯମୁନା ସ୍ନାନ ହେବା ସହିତ ମହୋତ୍ସବ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *