ନିରାକାରପୁର,୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କ୍ଷେତ୍ରବାସୀ ଡି. ଏ. ଭି ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ବ୍ରତତି ମିଶ୍ରଙ୍କ ସଭାପତିତ୍ବରେ ବରିଷ୍ଠ ଅଧ୍ୟାପିକା କାଦମ୍ବିନୀ ସାହୁ , ଅଧ୍ୟାପକ ପ୍ରସନ୍ନ ନାୟକ , ଡ. ପ୍ରଭାତ ଦାଶ , ଅଧ୍ୟାପକ ସୌରଭ ମହାପାତ୍ର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଆପଣେଇବା ପାଇଁ ଉତ୍ସାହିତ କରିବା ସହ ଏହି କୌଶଳ ଦ୍ଵାରା ଛାତ୍ରୀ ମାନେ ସଶକ୍ତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଅଧ୍ୟାପକ ଚନ୍ଦନ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ସୋନାଲି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ସସ୍ମିତା ରାଉତରାୟ ଧନ୍ୟବାଦ ଦେଇଥିବା ବେଳେ ଭବାନୀ ଛୋଟରାୟ ଓ ସ୍ୱାଗତିକା ପାତ୍ରଙ୍କୁ ସୁପରିଚାଳନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ କୈବଲ୍ୟ ପତି ଓ ଅଧ୍ୟାପକ ଅଶୋକ କୁମାର ପାତ୍ର ସଂଯୋଜନା କରିଥିଲେ ।
ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ
