କଟକ ସଦର,୧୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ଗଣେଶ ପୂଜା ଶେଷ ହେବାର ପର ତିନୋଟି ରବିବାର ଭସାଣି ଶୋଭାଯାତ୍ରା ଓ ବିସର୍ଜନ ହେବ। ଏହି ପରିପ୍ରେକ୍ଷୀରେ ଗତ ୩୧ ତାରିଖ ପ୍ରଥମ ଓ ଚଳିତ ୭ ତାରିଖ ରେ ଦ୍ୱିତୀୟ ପର୍ଯ୍ୟାୟ ଭସାଣି ସରିଥିବା ବେଳେ ୧୪ ତାରିଖ ରେ ଅନ୍ତିମ ତଥା ଶେଷ ଭସାଣି କାର୍ଯ୍ୟକ୍ରମ ରହିଛି।ହେଲେ ପରମ୍ପରା ଅନୁଯାୟୀ ସହରର ୧୭ ଟି ଘାଣ୍ଟଖିଆ ଵୁଢା ଗଣେଶ ଘାଣ୍ଟ ତରକାରୀ ଖାଇଵା ପରେ ବିସର୍ଜନ ହୋଇଥାନ୍ତି।
ହେଲେ ତୃତୀୟ ପର୍ଯ୍ୟାୟ ଭସାଣି ୧୪ ତାରିଖ ଦିନ ଦ୍ୱିତୀୟ ଓଷା ଓ ତାପରଦିନ ଘାଣ୍ଟ ପଡୁଥିବାରୁ ବିସର୍ଜନ ପାଇଁ ବିବାଦ ଉପୁଜିଥିଲା। ଏଥିପାଇଁ ଘାଣ୍ଟଖିଆ ଵୁଢା ଗଣେଶ ପୂଜା କମିଟି ପକ୍ଷରୁ ଏହାର ସମାଧାନ ପାଇଁ ହାଇକୋର୍ଟ ରେ ମାମଲା ଦାୟର କରିଥିଲେ। ହେଲେ ହାଇକୋର୍ଟ ମାମଲା କୁ ଵିଚାର କରି ଏହାର ସମାଧାନ ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଦେଇ ଥିଲେ।
ଏଥିପାଇଁ କଟକ ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ୨୧ ତାରିଖ ରବିବାର ଦିନ ସମସ୍ତ ୧୭ ଟି ଘାଣ୍ଟଖିଆ ଵୁଢା ଗଣେଶ ଭସାଣି ଶୋଭାଯାତ୍ରା କୁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି। ଏଥିରେ ଅନ୍ୟ କାହାକୁ ଶୋଭାଯାତ୍ରା ଅନୁମତି ଦିଆଯାଇନଥିବା ବେଳେ ୧୫ ପରେ ଯିଏ ରହିଥିବେ ସେମାନେ ବିନା ଶୋଭାଯାତ୍ରାରେ କେବଳ ଘଣ୍ଟ ବାଡ଼େଇ ଯାଇପାରିବେ ବୋଲି ଜଣାପଡିଛି। ଏଥିପାଇଁ ଗଲା କିଛି ଦିନ ହେଲା ଲାଗିରହିଥିବା ଦ୍ୱନ୍ଦ ଦୁର ହୋଇଛି।
