ଅକ୍ଟୋବର ୨୦୨୪ ମାସରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ତିରିକୃତ।

ଯାଜପୁର ୦୩/୧୦/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ୨୦୨୪ ଅକ୍ଟୋବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲଙ୍କ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଯାଇଅଛି। ଜନ ସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡ଼ିକର ତତ୍କାଳ ସମାଧାନ କରିବେ। ଚଳିତ ଅକ୍ଟୋବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡ଼ିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୭.୧୦.୨୦୨୪ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ, ତା ୧୪.୧୦.୨୦୨୪ ରିଖ (ସୋମବାର) କେ.ଏନ୍.ଡି. ଏ ସମ୍ମିଳନୀ ଗୃହରେ, ତା ୨୧.୧୦.୨୦୨୪ ରିଖ (ସୋମବାର) ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ, ତା ୨୮.୧୦.୨୦୨୪ ରିଖ (ସୋମବାର) ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରୁ ଅପରାହ୍ନ ଘ ୨.୦୦ ଟିକା ସମୟ ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଣୁ ରସୁଲପୁର ବ୍ଲକ୍, ଦାନଗଦି ବ୍ଲକ, ଏବଂ ଜିଲ୍ଲାର ଯେଉଁ ଜନସାଧାରଣଙ୍କ କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଅଛି ।

Leave a Reply

Your email address will not be published. Required fields are marked *