ପୁରୁଣା କାଇଜଙ୍ଗ ଜଙ୍ଗଲ ବନ କର୍ମଚାରୀଙ୍କ ପାଇଁ ଉଜୁଡି ଯିଵ, ତଦନ୍ତ ଵାଟଵଣା

କଟକ ସଦର, ୦୪/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ମହାନଦୀ ତଟରେ ଥିବା ପୁରାତନ କାଇଜଙ୍ଗ ଜଙ୍ଗଲ ଜନୈକ ସ୍ଥାନୀୟ ବାସିନ୍ଦା ଵନପାଳ ଙ୍କ ପାଇଁ ଉଜୁଡି ଯିଵ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶ ଯେ ଜଙ୍ଗଲର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏଠାରେ ବିଟ୍ ହାଉସ୍ ଓ କର୍ମଚାରୀ ରହିଥିବା ବେଳେ ପ୍ରତିଦିନ ମୂଲ୍ୟବାନ ଗଛ ସହ କଣ୍ଟା ଵାଉଂଶ ଅବାଧରେ କଟା ଯାଉଥିବା ଅଭିଯୋଗ ହେଉଛି। ଵାଡ ଯଦି କ୍ଷେତ ଖାଇବ ତେବେ ଜନସାଧାରଣ କହିବେ କାହାକୁ ଶୁଣିଵ ବା କିଏ ? ।

ସୂଚନା ମୁତାବକ ଗତ ୫ ମାସ ତଳେ ଅନେକ ମୂଲ୍ୟବାନ ଗଛ ଵନପାଳ ଙ୍କ ପ୍ରୋତ୍ସାହନ ରେ କଟାଯାଇଥିବା ଅଭିଯୋଗ ଅନୁଯାୟୀ ଭୁବନେଶ୍ବର ରୁ ବନ ବିଭାଗ ର ଏକ ସ୍ୱତନ୍ତ୍ର ଟିମ୍ ଆସି କାଠକୁ ଜବତ କରି ଥିଲେ ବି ତାହାର ତଦନ୍ତ ଵାଟଵଣା ହୋଇଥିବା ଅଭିଯୋଗ ହୋଇଛି। ସେଥିପାଇଁ ଏବେ ନିକଟରେ ଗିରିକ୍ରୋଟ ଠାରେ ଲକ୍ଷାଧିକ ଟଙ୍କାର କଞ୍ଚା ଠିଆ ଶାଗୁଆନ ଗଛ କୁ ଅବାଧରେ କଟାଯାଇଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ବନ ବିଭାଗ କାଠ ସବୁକୁ ଜବତ କରି ତଦନ୍ତ ପ୍ରକ୍ରିୟା ଏକ ମାସ ହେଲା ଜାରି ରଖିଥିବା ବେଳେ ତାହା ପୂର୍ବପରି ବାଟବଣା ହେବା ସମ୍ଭାବନା ଦେଖା ଦେଇଛି। ଜଙ୍ଗଲ ଉଜୁଡି ଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ବିଧାନସଭା ରେ ପ୍ରଶ୍ନ ଉଠାଯିଵ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *