ଅଭିଭାବକ ଶିକ୍ଷକ ସମନ୍ୱୟ ବୈଠକ

ଭୁବନ,୦୩/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ  ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। +୨ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ  +୩ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାବକ ମାନେ ପିଲା ମାନଙ୍କର ସମସ୍ତ କାର୍ଯ୍ୟ କଳାପ ଓ ପାଠ ପଢା ଉପରେ ଗୁରୁତ୍ବ ଆରୋପ ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ଙ୍କ ର ନିର୍ଦ୍ଦେଶ କ୍ରମେ ଆପାର ଆଇ ଡି ସମସ୍ତ ପିଲା ମାନଙ୍କର ନିତ୍ୟାନ୍ତ ଜରୁରୀ , ସେ ବିଷୟରେ ବିଶଦ ଭାବରେ ସଭା ଉପସ୍ଥାପିକା ଡଃ ତେଜସ୍ଵୀନି ବେହେରା ସମ୍ୟକ୍ ଧାରଣା ଦେଇଥିଲେ ଏବଂ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ କୁ ଅର୍ଥନୀତି ବିଭାଗ ର ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର ଏବଂ ବରିଷ୍ଠ କିରାଣୀ ଏ ବିଷୟରେ ଅବଗତ କରାଇଥିଲେ। ଏହି ସଭା ରେ ରାଜନୀତି ବିଭାଗ  ଅଧ୍ୟାପିକା ଶ୍ରୀମତୀ ପ୍ରଣତି ବେହେରା ଏବଂ ଓଡ଼ିଆ ବିଭାଗ  ଅଧ୍ୟାପିକା ନମିତା ଦ୍ବିବେଦୀ ବାଣିଜ୍ୟ ବିଭାଗର ଅଧ୍ୟାପକ ସୁଧାଂଶୁ ଶେଖର ଓଝା, ସୁଧାଂଶୁ ବେହେରା,ଲାଇବ୍ରେରିୟାନ ଗୟାଧର ଦାସ, ବାସନ୍ତୀ ବେହେରା, ସୁରେନ୍ଦ୍ର ଗୁରୁ ପ୍ରମୁଖ  ସହଯୋଗ କରିଥିଲେ । ଶେଷରେ ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *