କଟକ ସଦର ବ୍ଲକ ସ୍ତରୀୟ ଵିସିଜି ଟୀକାକରଣର ଶୁଭାରମ୍ଭ 

କଟକ ସଦର, ୦୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତକୁ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଆଜି ଗୁରୁବାର ଦିନ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଟକ ସଦର ବ୍ଲକ ସ୍ତରୀୟ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିରୋଧକ (ଵିସିଜି) ଟୀକାକରଣର ଶୁଭାରମ୍ଭ ସ୍ୱ।ସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକ୍ଷକ ଡ଼ାଃ ପ୍ରଶାନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଭାରମ୍ଭ ସଭାରେ ସଦର ଵିଡିଓ ରୁମନା ଜାଫ୍ରି ଯୋଗ ଦେଇ କାର୍ଯ୍ୟକ୍ରମ ର ସଫଳତା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଚିକିତ୍ସା ନିରିକ୍ଷକ ଭବାନୀ ଶଙ୍କର ପଟ୍ଟନାୟକ, ଡ଼ାଃ ଶୁଭାଶିଷ ଶତପଥୀ, ଡ଼ାଃ ରାକେଶ କୁମାର ଜେନା,ଵିପିଏମ୍ ଜୟଶ୍ରୀ ଦାସ, ରଞ୍ଜିତା ସ୍ୱ।ଇଂ, ଶୁଭ ସ୍ମିତା ମହାନ୍ତି, ସସ୍ମିତା ମହାପାତ୍ର, ହେମନ୍ତ ମହାନ୍ତି, ଅଶୋକ ଜେନା, ହୃଦାନନ୍ଦ ଲେଙ୍କା, ସନ୍ତୋଷ ପରିଡ଼ା, ସୁରଭି ସ୍ୱ।ଇଂ ପ୍ରମୁଖ ଯୋଗ ଦେଇ ଟୀକାକରଣ ର ସଫଳତା ଉପରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *