ପ୍ରଗତି ସ୍ପୋର୍ଟିଂକୁ ହରାଇ ଜୁଭେନାଇଲି ଚାମ୍ପିୟନ

ନିମାପଡ଼,୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଏସପି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅଲ ଓଡିଶା ବାରବାଟୀ କପ ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱରକୁ ୪ ୱିକେଟରେ ହରାଇ ଜୁଭେନାଇଲି କଟକ ଚମ୍ପିୟନ । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୨୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା । ଜବାବରେ ପ୍ରତିପକ୍ଷ ଜୁଭେନାଇଲି କଟକ ୨୫.୩ ଓଭରରେ ୬ ୱିକେଟ ବିନିମୟରେ ୧୩୫ ରନ ସଂଗ୍ରହ କରି ବିଜୟଲାଭ କରିଥିଲା । ଜୁଭେନାଇଲି ଦଳର ଶାଶ୍ୱତ ମହାନ୍ତିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ କରାଯାଇଥିଲା । ଆଜି ଅତିଥିଭାବେ ନିମାପଡ଼ା ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଜୁଭେନାଇଲି ଦଳକୁ ସୋମନାଥ ଏଣ୍ଟରପ୍ରାଇଜେର୍ସ ପ୍ରଦତ୍ତ ନଗଦ ୫୦,୦୦୧ ଟଙ୍କା ଏବଂ ରନର୍ସଅପ ପ୍ରଗତି ସ୍ପୋର୍ଟିଂକୁ ଏସପି ଫାଉଣ୍ଡେସନ ପ୍ରଦତ୍ତ ନଗଦ ୩୦,୦୦୧ ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ । ଅୟଶକାନ୍ତ ମିଶ୍ର ଓ ନିର୍ମଳ ମିଶ୍ର ମ୍ୟାଚ ପରିଚାଳନା କରିଥିଲେ । ଚଳିତ ଟୁର୍ନାମେଣ୍ଟରେ ନିମାପଡ଼ା ଅଞ୍ଚଳର ପୂର୍ବତନ ଖଳାଳୀ, ଶ୍ରେଷ୍ଠ ଫିଲଡର, ଶ୍ରେଷ୍ଠ ବ୍ୟାଟର, ବେଷ୍ଟ ଭଲୁଣ୍ଟିଆର, ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ଅତିଥିଭାବେ ନନ୍ଦିଘୋଷ ଫାଉଣ୍ଡେସନ ମୁଖ୍ୟ ସୁଶ୍ରୀ ରୋଜାଲିନ ନାୟକ, ସିରିଏଲ ଅଭିନେତ୍ରୀ ରଶ୍ମିତା ସାହୁ, ଉପସ୍ଥାପିକା ଶୋଭାନା ମିଶ୍ର, କମଲ କିରଣ,ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ,ଅଷ୍ଟିନି ପ୍ଲାଏ ରିଜିଅନ ହେଡ଼ ବିଜୟ ପ୍ରସାଦ ମିଶ୍ର, ଶିକ୍ଷାବିତି ବସନ୍ତ କୁମାର ମହାନ୍ତି ଓ କ୍ଷୀରୋଦ କୁମାର ରାୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *