କଟକ ସଦର,୨୮/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ରୁ ପ୍ରଥମ ଥର ଜିତିଥିବା ସାଂସଦ ଭର୍ତୃହରି ମହତାବ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ର ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ କରାଯାଇଛି। ଏଥିପାଇଁ ଓଡ଼ିଶା ସମେତ କଟକ ସଂସଦୀୟ କ୍ଷେତ୍ରରେ ଖୁସିର ଲହରୀ ଖେଳିଯାଇଛି। ସେହିପରି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ର ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ କରାଯାଇଛି। ସେହିପରି ବିଭିନ୍ନ ଷ୍ଟାଣ୍ଡିଙ୍ଗ୍ କମିଟି ସଦସ୍ୟ ଭାବେ ସର୍ବାଧିକ ତିନିଟି କମିଟିରେ ସାଂସଦ ସମ୍ବିତ ପାତ୍ର ରହିଥିବା ବେଳେ ଅପରାଜିତା ଷଡ଼ଙ୍ଗୀ,ସୁଲତା ଦେଓ, ବିଭୁପ୍ରସାଦ ତରାଇ, ଅଭିମନ୍ୟୁ ସେଠୀ, ନିରଞ୍ଜନ ଵିଶି,ମାନସ ମଙ୍ଗରାଜ,ଅନନ୍ତ ନାୟକ, ମାଳବିକା ଦେଵୀ,ମୁନା ଖାଁ, ପ୍ରଦୀପ ପାଣିଗ୍ରାହୀ, ଦେବାଶିଷ ସାମନ୍ତରାୟ, ପ୍ରଦୀପ ପୁରୋହିତ, ଶୁଭାଶିଷ ଖୁଣ୍ଟିଆ, ବଳଭଦ୍ର ମାଝି,ସଙ୍ଗୀତା ସିଂଦେଓ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ସାଂସଦ ଙ୍କୁ ରଖାଯାଇଥିବା ଜଣାପଡିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାରରେ ଏହି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ଭାବେ କଟକ ର ତତ୍କାଳୀନ ବିଜେଡ଼ି ସାଂସଦ ଭର୍ତୃହରି ମହତାବଙ୍କୁ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟନାୟକ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ଏଵେ ଦୀର୍ଘ ୧୦ ବର୍ଷ ପରେ ତାଙ୍କୁ ସେହି ପଦ ମିଳିଛି ।