ଅପ୍ରେଲ ୪ ତାରିଖରେ ପାଳିତ ହେବ ଶହୀଦ ରଘୁ-ଦିବାକର ଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ

 ଭୁବନେଶ୍ୱର,୦୩/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରଣପୁର ପ୍ରଜା ଆନ୍ଦୋଳନର ଦୁଇ ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ର ମିଳିତ ସହଯୋଗରେ ଅପ୍ରେଲ ୪ ତାରିଖରେ ପାଳନ କରାଯିବ । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ସଂହିତା ପାଳନ ପୂର୍ବକ ଏହି ଦୁଇ ବରପୁତ୍ର ଙ୍କ ଶହୀଦ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।

    ସକାଳ ୮ଟା ୩୦ ମିନିଟ୍‌ ସମୟରେ ଭୁବନେଶ୍ୱର ୟୁନିଟ୍‌-୯ ରୋଡ଼୍‌ ନଂ-୩ସ୍ଥିତ ରଘୁ-ଦିବାକରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ବିଭାଗୀୟ ବରିଷ୍ଠ ଅଧିକାରୀଏବଂ ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ସନ୍ଧ୍ୟାରେ ଜୟଦେବ ଭବନଠାରେ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରି ଦୁଇ ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *