ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା

କେନ୍ଦ୍ରାପଡ଼ା, ୨୬/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନ ପରିସରରେ ଜିଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ଶାଖା ଆନୁକୂଲ୍ୟରେ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲା ଲୋକ ସଂସଦର ସଭାପତି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ୱ କରିଥିଲେ । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କଟକ ଜିଲା ସଭାପତି ଜଗତ କିଶୋର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀଜିଙ୍କର ଅଦୈ୍ୱତ ବେଦାନ୍ତ ଦର୍ଶନର ତର୍ଜମା କରିବା ସହିତ ଶ୍ରୀମଦ୍ ଭଗବତ ଗୀତାର ଅମୃତ ବାଣୀର ବିଶ୍ଳ୍ୱେଷଣ କରିଥିଲେ । ସ୍ୱାମୀଜିଙ୍କୁ ଯୁବମାନସର ପ୍ରତିଭୂ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ସହଯୋଗ କରିଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ୍ ବୋଷ ସ୍ୱାଗତ ଭାଷଣ ଓ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ସତ୍ୟରଞ୍ଜନ ମିଶ୍ର ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ଲୋକ ସଂସଦର ଉଦବୋଧନୀ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଲୋକସଂସଦର ପୂର୍ବ ସଂଭାଗର ବିଚାରଧାରା ମୁଖ୍ୟ ଡ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୀମା ମହାନ୍ତି ମଂଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ଓ ବିଦାୟ ସଂଗୀତ ଗାନ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଚୁ୍ୟତାନନ୍ଦ ଭୂୟାଁ, ଡ. ପ୍ରଭାକର ମଲ୍ଲିକ, ଡ. ଦିପ୍ତୀ ରାୟଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *