ଶ୍ରୀ ଜଗନ୍ନାଥ ହିଁ ସର୍ବଧର୍ମ ସମନ୍ଵୟର ଦେବତା ‘ ନୂଆ – ଓ ‘ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ସଂସ୍କୃତି

ନିରାକାରପୁର,୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ସବୁ ଧର୍ମ, ମତବାଦ ଓ ଦର୍ଶନରେ ଶ୍ରୀ ଜଗନ୍ନାଥଙ୍କ ଚେତନାର ପ୍ରତିଫଳନ ରହିଛି। ସର୍ବ ଧର୍ମର ଉର୍ଦ୍ଧରେ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଦ୍ୟମାନ ବୋଲି ଖୋର୍ଦ୍ଧା ଜିଲ୍ଲା କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ – ଓ ‘ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଲୋଚନାରେ ଉପସ୍ଥିତ ବିଶିଷ୍ଟ ଆଲୋଚକ ମାନେ ମତପୋଷଣ କରିଛନ୍ତି। ‘ନୂଆ – ଓ ‘ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପଠନ କ୍ଲବ ଆୟୋଜିତ’ ଶ୍ରୀ ଜଗନ୍ନାଥ ସଂସ୍କୃତି ‘ ଶୀର୍ଷକ ଆଲୋଚନା ଚକ୍ରରେ ଉପାଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟ ସଭାପତିତ୍ବ କରିଥିବାବେଳେ ଅତିଥିଭାବେ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ ଦେବେନ୍ଦ୍ର କୁମାର ମାନସିଂହ, ଜଗନ୍ନାଥ ସଂସୃତି ଗବେଷକ ଡ ଆଶୁତୋଷ ମିଶ୍ର, ପୂର୍ବତନ ଅଧ୍ୟକ୍ଷା ଅଶୋକ କୁମାର ରାୟସିଂହ, ପୂର୍ବତନ ଅଧ୍ୟାପକ ଭାଗିରଥି ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ମହାନତା ଓ ବ୍ୟାପକତାକୁ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଡ ଜନ୍ମେଜୟ ଚୌଧୁରୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସୁଧାଂଶୁ ଶେଖର ରଣସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *