ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦେବଗଡ଼ ଗସ୍ତ

                                                      ଜିଲ୍ଲାରେ ରାଜସ୍ୱ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା

ଭୁବନେଶ୍ୱର, ୨୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭାଗ ପକ୍ଷରୁ ପରିଚାଳିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲାରେ ବିଶେଷ କରି ଜମିଜମାର ହାଇଟେକ୍‌ ସର୍ଭେ ପରବର୍ତ୍ତୀ ଉପୁଜିଥିବା ସମସ୍ୟା, ବସୁନ୍ଧରା ଯୋଜନାର ସର୍ଭେ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରି ଘରଡିହ ନଥିବା ପ୍ରତ୍ୟେକ ପରିବାରଠାରୁ ଦରଖାସ୍ତ ଗ୍ରହଣ କରି ଘରଡ଼ିହ ପଟ୍ଟା ଯୋଗାଇଦେବା, ରେଙ୍ଗାଲି ପ୍ରକଳ୍ପ ଦ୍ୱାରା ବାସଚୁ୍ୟତ ଲୋକମାନଙ୍କର ତଥ୍ୟ ସଂଗ୍ରହ କରି କ୍ଷତିପୂରଣ ଓ ଜମିପଟ୍ଟା ଯୋଗାଇଦେବା, ବିମଳାଗଡ଼ ରେଲେୱ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା, ଜିଲ୍ଲାର ସମସ୍ତ ତହସିଲରେ ଖାଲି ପଡ଼ିଥିବା ପଦବୀ ପୂରଣ ସଂପର୍କରେ ଆଲୋଚନା ହୋଇଥିଲା । ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସ୍ଥାୟୀ ଜମିପଟ୍ଟା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ ।

          ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ବିଶିଷ୍ଟ ସମାଜସେବୀ ତଥା ସର୍ବଜନପି୍ରୟ ବ୍ୟକ୍ତିତ୍ୱ ସ୍ୱର୍ଗତ ଭାଗବତ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ପୂଜାରୀ ଉପସ୍ଥିତ ନେତୃବୃନ୍ଦ ଓ ଜନସାଧାରଣଙ୍କ ସହ ଦେବଗଡ଼ର ସାମୂହିକ ଉନ୍ନତି ନେଇ ଆଲୋଚନା କରିଥିଲେ ।

-0-

ବିଭୂତି ନାୟକ ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *