ଜିଲା ସ୍ତରୀୟ ସ୍ୱାସ୍ଥ୍ୟ ଭିତିକ କାର୍ଯ୍ୟର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା,୨୪/୯/୨୦୨୪ (ଓଡ଼ିଶା ସମାଚାର)-ଅଣ ସଂକ୍ରାମକ ରୋଗ, ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ର ଜିଲା ପରାମର୍ଶଦାତା କମିଟି (ପିଏନଡିଟି), ମାତୃ ଓ ଶିଶୁ ସୁରକ୍ଷା ଯୋଜନା ଏବଂ ଶିଶୁ ମୃତ୍ୟୁହାର ସମ୍ପର୍କିତ ଜିଲାସ୍ତରୀୟ ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷ୍ୟତାରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କାର୍ଯ୍ୟର ସମୀକ୍ଷା କରି ଜିଲାପାଳ ରାଜ୍ୟସରକାର ଦେଇଥିବା ଲକ୍ଷ୍ୟ ପୂରଣ ଦିଗରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଅନୀତା ପଟ୍ଟନାୟକ, ଡାକ୍ତରଖାନା ଅଧିକ୍ଷକ ଡ଼ା ପ୍ରମୋଦ ପ୍ରହରାଜ, ଡା ନୃପେନ ଶତପଥୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡିଏଚଏଚ ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ , ଡିପିଏମ ଗୀତାଞ୍ଜାଳୀ ଦାଶ, ସମସ୍ତ ବ୍ଲକର ମେଡ଼ିକାଲ ଅଫିସର, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, କୃଷ୍ଣଚନ୍ଦ୍ର ଲୋହା, ଡିପିସି (ମମତା) ମନୋରଞ୍ଜନ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ସିଡିପିଓ,ଏପିପି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଏନଏଚଏମର ସମସ୍ତ ଅଧିକାରୀ ଓ କର୍ମକର୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *