ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାଆ ଲୋଭାବତୀ ପରିଡାଙ୍କର  ଦେହାନ୍ତରେ  ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କର  ଦେହାନ୍ତରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଚ୍ଚମାଧ୍ୟମ ଏକ୍ସ ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି –  ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ। ପୁଣ୍ୟାତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ମହାପ୍ରଭୁ ତାଙ୍କୁ ବୈକୁଣ୍ଠରେ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି ।

https://x.com/MohanMOdisha/status/1879772948577566972?s=08

Leave a Reply

Your email address will not be published. Required fields are marked *