ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ହାଇସ୍କୁଲରେ ବୃକ୍ଷରୋପଣ

କେନ୍ଦ୍ରାପଡ଼ା,୦୨/୦୯/୨୦୨୬ (ଓଡ଼ିଶା ସମାଚାର)- କପାଳେଶ୍ୱର ପଂଚାୟତର ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟ ଇକୋକ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ବୃକ୍ଷବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କଣ୍ଡୁରୀ ଚରଣ ପ୍ରଧାନ, ଶିକ୍ଷକ ଉତମ କୁମାର ସ୍ୱାଇଁ, ଅଭୟ କୁମାର ସାହୁ, ପ୍ରଭାକର ଆଚାର୍ଯ୍ୟ, ତାହିରା ଖାନମ, ତଫିକ ଖାଁ, ଇଷା ମହାନ୍ତି, ମାମା ସ୍ୱାଇଁ, ରମାକାନ୍ତ ସ୍ୱାଇଁ ଓ କୁଞ୍ଜଲତା ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ ।

ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଚାରା ବଂଟନ କରାଯାଇ ସେମାନଙ୍କ ଘରେ ସେହି ଚାରାକୁ ରୋପଣ କରାଯିବାକୁ ପରାମର୍ଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *