ରପ୍ତାନି ହବ୍ ରେ ପରିଣତ କରିବା ଓ ଭାରତର ଏମଏସଏମଇ ରପ୍ତାନିକୁ ସୁଦୃଢ଼ କରିବା ପାଇଁ ଆମାଜନ୍ ଏବଂ ଡିଜିଏଫଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସକ୍ଷମ କରିବା ଏବଂ ଦେଶରୁ ଇ-କମର୍ସ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନ ଇଣ୍ଡିଆ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଧେଶାଳୟ (ଡିଜିଏଫଟି) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣାପତ୍ରର ଏକ ଅଂଶ ଭାବେ ଡିଜିଏଫଟି ଦ୍ୱାରା ଚିହ୍ନଟ ହୋଇଥିବା ୭୫ଟି ଜିଲାରେ ଏମଏସଏମଇ ମାନଙ୍କ ପାଇଁ ଆମାଜନ ଏବଂ ଡିଜିଏଫଟି ପର୍ଯ୍ୟାୟକ୍ରମେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଏବଂ କର୍ମଶାଳା ସୃଷ୍ଟି କରିବେ । ଏହା ହେଉଛି ୨୦୨୩ ମାର୍ଚ୍ଚରେପ୍ରଣୟନ କରାଯାଇଥିବା ବୈଦେଶିକ ବାଣିଜ୍ୟ ନୀତିରେ ଦର୍ଶାଯାଇଥିବା ଜିଲାଗୁଡିକୁ ରପ୍ତାନିହବ୍ ପଦକ୍ଷେପର ଏକ ଅଂଶ । ଗ୍ରାମୀଣ ଏବଂ ଦୁର୍ଗମ ଜିଲାର ସ୍ଥାନୀୟ ଉତପାଦକକୁ ବିଶ୍ୱ ଯୋଗାଣ ଶୃଙ୍ଖଳା ସହିତ ଯୋଡ଼ିବା ପାଇଁ ଏହି ପଦକ୍ଷେପରେ ପ୍ରୟାସ କରାଯାଉଛି । ଡିଜିଏଫଟିର ମହାନିର୍ଦ୍ଧେଶକ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ଅମାଜନର ଉପାଧ୍ୟକ୍ଷ ପବ୍ଲିକ ପଲିସି ଚେତନ କ୍ରିଷ୍ଣାସ୍ୱାମୀ ଏବଂ ଆମାଜନ ଇଣ୍ଡିଆର ଗ୍ଲୋବାଲ ଟ୍ରେଡ୍ ନିର୍ଦ୍ଧେଶକ ଭୂପେନ ୱାକନକରଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଆମାଜନ ଏବଂ ଡିଜିଏଫଟି ଏମଏସଏମଇଗୁଡ଼ିକୁ ଇ-କମର୍ସ ରପ୍ତାନି ଉପରେ ସଚେତନ କରିବା ଏବଂ ସେମାନଙ୍କୁ ସମଗ୍ର ବିଶ୍ୱର ଗ୍ରାହକଙ୍କୁ ବିକ୍ରି କରିବାକୁ ସକ୍ଷମ କରିବା ଉପରେ ଧ୍ୟାନ ଦେବେ  । ଇମେଜିଂ,ସେମାନଙ୍କ ଉତ୍ପାଦର ଡିଜିଟାଲ କ୍ୟାଟାଲଗିଂ, ଟିକସ ପରାମର୍ଶ ଆଦି ସେବା ପାଇବା ପାଇଁ ଏମଏସଏମଇମାନେ ନିୟୋଜିତ ହୋଇପାରିବେ ବୋଲି ଆମାଜନ ଅନେକ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କୁ ହାସଲ କରିବାରେ ସକ୍ଷମ କରିବ  । ଏହା ଦ୍ୱାରା ଭାରତୀୟ ଉଦ୍ୟୋଗୀମାନେ ନିଜର ଇ-କମର୍ସ ରପ୍ତାନି ବ୍ୟବସାୟ ଏବଂ ଗ୍ଲୋବାଲ ବ୍ରାଣ୍ଡ ନିର୍ମାଣ କରିପାରିବେ । ଡିଜିଏଫଟିର ଅତିରିକ୍ତ ସଚିବ ତଥା ମହାନିର୍ଦ୍ଧେଶକ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି ଯେ,'”ଜିଲା ଏକ ରପ୍ତାନି ହବ୍” ପଦକ୍ଷେପ ହେଉଛି ପ୍ରତ୍ୟେକ ଜିଲାକୁ ରପ୍ତାନି କେନ୍ଦ୍ରରେ ପରିଣତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର କାର୍ଯ୍ୟକାରିତା । ସମଗ୍ର ଭାରତରେ ପ୍ରତ୍ୟେକ ଜିଲାର ସମ୍ଭାବନାର ଉପଯୋଗ କରିବା ଏବଂ ଏମଏସଏମଇ, କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବିଦେଶୀ ବଜାରରେ ରପ୍ତାନି ସୁଯୋଗର ଲାଭ ପାଇବାରେ ସକ୍ଷମ କରିବା ପାଇଁ ଆମେ ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥାମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛୁ । ଜିଲାରୁ ଇ-କମର୍ସ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଡିଜିଏଫଟି ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ ସହ ମିଶି ଜିଲାରେ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଅଧିବେଶନ ଆୟୋଜନ କରୁଛି  । ୨୦୩୦ ସୁଦ୍ଧା ଭାରତରୁ ୨୦୦-୩୦୦ ବିଲିୟନ ଡଲାରର ଇ-କମର୍ସ ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ଡିଜିଏଫଟି ପକ୍ଷରୁ ଆମାଜନ ସହ ସହଯୋଗିତା ସ୍ଥାପନ କରାଯାଇଛି ।”

Leave a Reply

Your email address will not be published. Required fields are marked *