କଟକ ସଦର,୧୬/୯/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା) -ଆଜି ସୋମବାର ଥିଲା ଇସଲାମ ଧର୍ମ ପ୍ରଚାରକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମ ତିଥି ଓ ପୂଣ୍ୟ ତିଥି। ଏଥିପାଇଁ ସାରା ପୃଥିବୀରେ ଥିବା ଇସଲାମ ଧର୍ମାବଲମ୍ବୀ ରାଷ୍ଟ୍ରରେ ଏହି ଦିନଟିକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ କଟକ ସଦର ଅଞ୍ଚଳରେ ମଧ୍ୟ ମହାସମାରୋହରେ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ଏଥିପାଇଁ ୪୨ ମୈ।ଜା ରାଉତରାପୁର, ପରମହଂସ,ଦେଓପୁର, ଦାମୋଦରପୁର, ସୋମପୁର, ମହମ୍ମଦପୁର ,ଥୋରିଆପଡା, ସାମନ୍ତରାପୁର, ଵାଲିସୁକ୍ରି, ନାରଦା, ପ୍ରହରାଜପୁର, ସିର୍ଲୋ, ଗଡମା, ନେମାଳ ପ୍ରଭୃତି ଅଞ୍ଚଳରେ ଥିବା ସମସ୍ତ ମୁସଲମାନ ସମ୍ପ୍ରଦାୟ ମସଜିଦରେ ପୂଜାର୍ଚ୍ଚନା, ଚାଦର ଚଢାଉ, ଶୋଭାଯାତ୍ରା, ଦାନଧର୍ମ, ସ୍ନେହ ଶ୍ରଦ୍ଧା ଆଦାନ ପ୍ରଦାନ ସହ ଇଦ୍-ଇ ମିଲାଦଇନ ନବୀ ପରସ୍ପର ସହ କରି ଖୁସି ମିଳାଇଥିବା ଜଣାପଡିଛି।
କଟକ ସଦର ଅଞ୍ଚଳରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ତିଥି ଓ ପୂଣ୍ୟ ତିଥି ମହାସମାରୋହରେ ପାଳିତ
