ପରମେଶ୍ବର ଧାମ ସେବା ସଂସ୍ଥାନ ତରଫରୁ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର 

ନିରାକାରପୁର,୦୩/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଗୋଡିପଡ଼ା ପଞ୍ଚାୟତ ମୋଟା ବଡ ମଠ ପରିସରରେ ମହାମଣ୍ଡଳେଶ୍ଵର ଶ୍ରୀ ମହନ୍ତ ଗୋବିନ୍ଦ ଦାସ ଜୀ ମହାରାଜୀ ଙ୍କ ଉଦ୍ୟମରେ ପରମେଶ୍ବର ଧାମ ସେବା ସଂସ୍ଥାନ ତରଫରୁ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ମୋଟା ବଡ଼ ମଠ ମହନ୍ତ ଶ୍ରୀ ଗୋବିନ୍ଦ ଦାସ ଜି ମହାରାଜୀ, ମଳିପଡା ବଡ଼ ମଠ ମହନ୍ତ ଶ୍ରୀ ଅନନ୍ତ ନାରାୟଣ ଦେବା ଆଚାର୍ଯ୍ୟ, ସାନ ମଠ ମହନ୍ତ ଶ୍ରୀ ବିଶ୍ବମ୍ବର ଦାସ ଜି ମହାରାଜ ଓ ମୋଟା ଗ୍ରାମ୍ୟ କମିଟି ସଭାପତି ସୁବାସ ଚନ୍ଦ୍ର ରଣସିଂହ ପ୍ରମୁଖ ଉଦଘାଟନ କରିଥିଲେ। ଏହି ମାଗଣା ସ୍ବାସ୍ଥ୍ୟ   ଶିବିରରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଆଜି ଏହି ଶିବିରରେ ୩୦୦ରୁ ଅଧିକ ରୋଗୀ ନିଜର ନାମ ପଞ୍ଜିକରଣ କରି ମେଡ଼ିସିନ୍, ରୋଟାରୀ କ୍ଲବ ତରଫରୁ  ଚକ୍ଷୁ, ଦାନ୍ତ  ଓ ସର୍ଜର  ବିଭାଗ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇ ମାଗଣା ଔଷଧ ନେଇ  ଥିଲେ। ଏହି ଶିବିରରେ   ଡାକ୍ତର ବିଶ୍ୱଜିତ୍ ନାୟକ, ନଳିନୀ କାନ୍ତ ସାହୁ,ବୀରେନ ଦାସ, ଆଶୁତୋଷ ମିଶ୍ର, ଶ୍ରଦ୍ଧା ସାତ ବ୍ରବା ଓ ଅରୁଣିମା ମିଶ୍ର ପ୍ରମୁଖ ରୋଗୀ ମାନଙ୍କ ଚିକିତ୍ସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ଦୀପକ ଭାରିମଲ୍ଲ,ଗୋଲଖ ମହାରଣା, ପର୍ଶୁରାମ ପାହାଡସିଂହ , ପ୍ରସନ୍ନ  ସାମନ୍ତରାୟ , ମଧୁସୂଦନ ରାଓ, ଦିବ୍ୟସିଂହ ରାଉତରାୟ, କରୁଣାକର ଜେନା ଓ  ପାରାସର ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *