ଵିରିଵାଟି ଠାରେ ତାଳଦଣ୍ଡା କେନାଲ ପୋଲ ରାସ୍ତା ଅବସ୍ଥା ଶୋଚନୀୟ, କୁମ୍ଭକର୍ଣ୍ଣ ନିଦ୍ରାରେ ଏନ୍ ଏଚ୍ କର୍ତୃପକ୍ଷ

କଟକ ସଦର,୧୬/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗମନାଗମନ ପାଇଁ କଟକ ଜିଲ୍ଲା ରୁ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା କଟକରୁ କନ୍ଦରପୁର ପର୍ୟ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଓ କନ୍ଦରପୁର ଠାରୁ ପାରାଦୀପ ପର୍ୟ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥର ଵିରିଵାଟି ଠାରେ ତାଳଦଣ୍ଡା କେନାଲ ଉପରେ ଥିବା ପୋଲ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି ।ପୋଲ ଉପରି ଭାଗ ଏପରି ଖାଲଖମା ହୋଇଛି ଯେ ଗାଡିମଟର ଯିବା ଆସିବାପାଇଁ ନାହିଁ ନଥିବା ଅସୁବିଧା ହେଉଥିବା ପରିଲକ୍ଷିତ ହେଉଛି। ଏପରି କି ଦୁଇ ଚକିଆ ଯାନ ବିଶେଷ କରି କ୍ଷତିଗ୍ରସ୍ତ ହେବା ସହିତ ପ୍ରତିଦିନ ଦୂର୍ଘଟଣା ମାନ ଘଟି ଚାଲିଛି। ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଉପରେ ଥିବା ପୋଲର ଅଵସ୍ଥା ପ୍ରତି ଏନ୍ ଏଚ୍ ଆଇର୍ର୍ତୃପକ୍ଷ ଜାଣି ନଜାଣିଲା ପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କଟକ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *