କେନ୍ଦ୍ରାପଡାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜିତ

କେନ୍ଦ୍ରାପଡ଼ା,୧୫/୯/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶାର ମା’ ଭଉଣୀମାନଙ୍କୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ତଥା ସଶକ୍ତ କରିବା ଉଦ୍ଧେଶ୍ୟରେ ରାଜ୍ୟ ସରକାରଙ୍କ ମହତାକାଂକ୍ଷୀ ସୁଭଦ୍ରା ଯୋଜନାର ବହୁଳ ପ୍ରଚାର ପ୍ରସାର କରିବା ନିମନ୍ତେ ରବିବାର କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଜିଲା ସଦର ମହକୁମାରେ “ସୁଭଦ୍ରା ସ୍ୱାଗତ ପଦଯାତ୍ରା’ ଆୟୋଜିତ ହୋଇଯାଇଛି । ଏଥି ସହିତ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ପଦଯାତ୍ରାର ଆୟୋଜନ କରାଯାଇଛି । ଜିଲା ସ୍ତରୀୟ ପଦଯାତ୍ରା ସକାଳ ୯ ଘଟିକା ସମୟରେ ତିନିମୁହାଣୀଠାରୁ ଆରମ୍ଭ ହୋଇ ଜିଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ସଦସ୍ୟା, ବିଭିନ୍ନ ମହାସଂଘର ନେତୃମଣ୍ଡଳୀ ଯୋଗ ଦେଇ ସୁଭଦ୍ରା ଯୋଜନା ସମ୍ପର୍କିତ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜିଲା ପରିଷଦ କାର୍ଯ୍ୟାଳୟଠାରେ ପହଂଚିଥିଲେ । ଉକ୍ତ ପଦଯାତ୍ରାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଜିଲା ପରିଷଦ ସଭାପତି ଲିଲିତା ଦାସ, ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ ,ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ଅତିରିକ୍ତ ଉପଜିଲାପାଳ ଅଶୋକ ଦାସ, ଜିଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ବିଭିନ୍ନ ଗଚ୍ଚମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଅତିଥିମାନେ ସୁଭଦ୍ରା ଯୋଜନା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସୁଭଦ୍ରା ଯୋଜନା ଉପରେ ଯଦି କୌଣସି ଅଭିଯୋଗ ଥାଏ, ତେବେ ସୁଭଦ୍ରା ହେଲ୍ପ ଲାଇନରେ ଅଭିଯୋଗ କରିପାରିବେ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ । ଶେଷରେ ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *