କଟକ , ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ମଧୁବାବୁ ଆଇନ ସହାୟତା ଯୋଜନା ପୁନଃ ପ୍ରଚଳନ ପାଇଁ ଅଖିଳ ଓଡିଶା ଝୋପଡିପଟ୍ଟି ମହାସଂଘ ଏକତା ପକ୍ଷରୁ କରାଯାଇଥିବା ଦାବି ଉପରେ ସରକାର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମଧୁବାବୁ ଆଇନ ସହାୟତା ଯୋଜନା ପୁନଃ ପ୍ରଚଳନ ଲାଗି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ସଚିବ ତପନ କୁମାର ସାହୁ ମହାସଂଘର ସଭାପତି ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ଗତ ୨୮ ତାରଖରେ ଚିଠି ମାଧ୍ୟମରେ ଜଣାଇଛନ୍ତି । ଗତ ନଭେମ୍ବର ୭ ତାରିଖରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଉପ ସଚିବ ସୁଷମା କିରୋ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନଙ୍କ ନିକଟକୁ ମହାସଂଘର ସଭାପତି ଶ୍ରୀ ଆଜାଦ ଦେଇଥିବା ଦାବିପତ୍ରକୁ ପଠାଇଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୬ରେ ମଧୁବାବୁ ଆଇନ ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା କାରଣରୁ ପଂଚାୟତସ୍ତରରେ ଲୋକମାନେ ଅଯଥା ମାଲିମୋକଦ୍ଧମା ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହ କୋର୍ଟ କଚେରୀ ଦୈାଡିବାରୁ ମୁକ୍ତି ପାଉଥିଲେ । ତେବେ ଯୋଜନାଟି ମାତ୍ର ୫ ବର୍ଷରେ ବନ୍ଦ ହୋଇଯିବା ଫଳରେ ଅନେକ ଗରିବ ଆଦିବାସୀ ଓ ଦଳିତ ଲୋକେ ନିରାଶ ହୋଇଥିଲେ । ତେଣୁ ଏହାର ପୁନଃ ପ୍ରଚଳନ ଲାଗି ଶ୍ରୀ ଆଜାଦ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବ ଶ୍ରୀ ଜେନା ଏହି ଦାବିର ଗୁରୁତ୍ୱକୁ ଉପଲବ୍ଧି କରି ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
Related Posts
ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତାରୋକ ଧର୍ମଘଟ
କେନ୍ଦ୍ରାପଡ଼ା, ୦୯/୦୭/୨୦୨୫(ଓଡ଼ିଶା ସମାଚାର)- ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୨୦ ଦଫା ଦାବି ପୂରଣ କରିବା ଦାବିକୁ ନେଇ କେନ୍ଦ୍ରାପଡା ସହରର ତିନିମୁହାଣୀ ଛକରେ ବୁଧବାର ଧର୍ମଘଟ…
ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର
ବାଲିଗୁଡା,୧୦/୦୭/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର…
ଧର୍ମ ପରାୟଣ ବ୍ୟକ୍ତି ରଘୁନାଥ ଦଳେଇ ଙ୍କ ପରଲୋକ
ଭୁବନ,୪/୭/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ନୁଆ ଟିପିଲେଇ ଗ୍ରାମର ପୂର୍ବତନ ସଭାପତି ତଥା ଧର୍ମ ପରାୟଣ ବ୍ୟକ୍ତି ରଘୁନାଥ ଦଳେଇ ଙ୍କ ର ପରଲୋକ ହୋଇଯାଇଛି…
