କଟକ , ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ମଧୁବାବୁ ଆଇନ ସହାୟତା ଯୋଜନା ପୁନଃ ପ୍ରଚଳନ ପାଇଁ ଅଖିଳ ଓଡିଶା ଝୋପଡିପଟ୍ଟି ମହାସଂଘ ଏକତା ପକ୍ଷରୁ କରାଯାଇଥିବା ଦାବି ଉପରେ ସରକାର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମଧୁବାବୁ ଆଇନ ସହାୟତା ଯୋଜନା ପୁନଃ ପ୍ରଚଳନ ଲାଗି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ସଚିବ ତପନ କୁମାର ସାହୁ ମହାସଂଘର ସଭାପତି ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ଗତ ୨୮ ତାରଖରେ ଚିଠି ମାଧ୍ୟମରେ ଜଣାଇଛନ୍ତି । ଗତ ନଭେମ୍ବର ୭ ତାରିଖରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଉପ ସଚିବ ସୁଷମା କିରୋ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନଙ୍କ ନିକଟକୁ ମହାସଂଘର ସଭାପତି ଶ୍ରୀ ଆଜାଦ ଦେଇଥିବା ଦାବିପତ୍ରକୁ ପଠାଇଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୬ରେ ମଧୁବାବୁ ଆଇନ ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା କାରଣରୁ ପଂଚାୟତସ୍ତରରେ ଲୋକମାନେ ଅଯଥା ମାଲିମୋକଦ୍ଧମା ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହ କୋର୍ଟ କଚେରୀ ଦୈାଡିବାରୁ ମୁକ୍ତି ପାଉଥିଲେ । ତେବେ ଯୋଜନାଟି ମାତ୍ର ୫ ବର୍ଷରେ ବନ୍ଦ ହୋଇଯିବା ଫଳରେ ଅନେକ ଗରିବ ଆଦିବାସୀ ଓ ଦଳିତ ଲୋକେ ନିରାଶ ହୋଇଥିଲେ । ତେଣୁ ଏହାର ପୁନଃ ପ୍ରଚଳନ ଲାଗି ଶ୍ରୀ ଆଜାଦ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବ ଶ୍ରୀ ଜେନା ଏହି ଦାବିର ଗୁରୁତ୍ୱକୁ ଉପଲବ୍ଧି କରି ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
Related Posts
ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ ଟି ବିଭାଗ ର ୫ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ରେ ଯୁବକଙ୍କ ମୃତ୍ୟୁ
ଅଭିଯୁକ୍ତ ଙ୍କ ଗିରଫ ଦାବି କରି ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର କେନ୍ଦ୍ରାପଡ଼ା,୧୯/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ…
ଶନି ଚଳନ ପାଇଁ ସ୍ୱତନ୍ତ୍ର ପୂଜା
ଗରଦପୁର,୨୯/୦୩/୨୦୨୫(ଓଡ଼ିଶା ସମାଚାର)- ରାଶି ଚକ୍ରରେ ଶନିଗ୍ରହଙ୍କୁ ଗ୍ରହରାଜ ଓ ନ୍ୟାୟ ଦେବତା ବୋଲି ହିନ୍ଦୁ ଧର୍ମ ଶାସ୍ତ୍ରରେ ମାନ୍ୟତା ଦିଆଯାଇଛି । ଆଜି ରାତି ୯ ଟା…
