ମାଛ ଚାଷ ଏକ ଲାଭ ଜନକ ବ୍ୟବସାୟ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର, ୧୪/୯/୨୦୨୪ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର  ପ୍ରୟାସରେ  କୃଷି ବିଜ୍ଞାନ କେନ୍ଦ୍ର ପରିସରରେ, ମାଛ ଚାଷ ଏକ ଲାଭ ଜନକ ବ୍ୟବସାୟ ସମ୍ବନ୍ଧୀୟ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ  ସେପ୍ଟେମ୍ୱର ମାସ ୧୦ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ  କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ର ୩୦ ଜଣ ଚାଷୀ ଯୋଗ ଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ ଆଧୁନିକ ମାଛ ଚାଷ ପ୍ରଣାଳୀ, ମାଛ ଛାଡ଼ିବା ପୂର୍ବ ଓ ପର ପୋଖରୀ ପ୍ରସ୍ତୁତି ପ୍ରଣାଳୀ, ଉପଯୁକ୍ତ ଖାଦ୍ୟ ପରିଚାଳନା,ପାଣି ର ମାନ ପରିଚାଳନା, ମାଛ ରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଓ ତାହାର ନିରାକରଣ ପ୍ରଣାଳୀ,ରୋଗ ନ ହେବା ନିମନ୍ତେ ସାବଧାନତା ଅବଲମ୍ବନ ସବନ୍ଧୀୟ ଜ୍ଞାନ ଓ ରଙ୍ଗୀନ ମାଛ ଚାଷ ଏବଂ ତାର ପ୍ରଜନନ ପ୍ରଣାଳୀ  ବିଷୟରେ ତାଲିମ୍ ଦିଆଯାଇଥିଲା। ଏହି କର୍ଯ୍ୟକ୍ରମ ରେ ଉଭୟ ମହିଳା ଓ ପୁରୁଷ ଚାଷୀ ମାନଙ୍କୁ ପୋଖରୀ ରେ ଚୂନ ପ୍ରୟୋଗ ପ୍ରଣାଳୀ, ମାଛ ରୋଗ ଚିହ୍ନଟ ପ୍ରଣାଳୀ,ବିଭିନ୍ନ ରୋଗ ଚିହ୍ନଟ ଓ ତାର ନିରାକରଣ , ପୋଖରୀରେ ଜାଲ ପକାଇ ରୋଗ ଚିହ୍ନଟ ପ୍ରକ୍ରିଆ ଆଦି ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା ଏହି ତାଲିମ୍ ରେ ବାୟୋଫ୍ଲକ୍ ମାଧ୍ୟମ ରେ ମାଛ ଚାଷ ପ୍ରଣାଳୀ, ଫ୍ଲୋକ୍ ପ୍ରସ୍ତୁତି ପ୍ରଣାଳୀ ଓ ବାୟୋଫ୍ଲକ୍ ପ୍ରଣାଳୀ ରେ କେଉଁ ସବୁ ମାଛ ପ୍ରଜାତି ଚାଷ କରିହେବ ସେ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଥିଲା। ଚତୁର୍ଥ ଦିନ ରଙ୍ଗିନ ମାଛ ରଖିବା ନିମନ୍ତେ ଦରକାର ହେଉଥିବା କାଚର ପତ୍ର ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।କୃଷି ବିଜ୍ଞାନ କେନ୍ଦ୍ରର କର୍ଯ୍ୟକ୍ରମ ସହାୟିକ ଶ୍ରୀମତି ସରିତା ଦାସ କର୍ଯ୍ୟକ୍ରମ ଟିକୁ ପରିଚଳନl କରିଥିଲେ। ପଞ୍ଚମ ଦିନ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଵୈଜ୍ଞାନିକ ଓ ମୂଖ୍ୟ ଡ. ଜୀବନଜିତ୍ ସେନ୍ ଅନ୍ୟମାନଙ୍କର ସହଯୋଗରେ ଚାଷୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ। କେନ୍ଦ୍ର ର ସମସ୍ତ ଵୈଜ୍ଞାନିକ ଯଥା ଡ.ଦେବାଶିଷ ପଣ୍ଡା, ଡ. ପ୍ରଦୀପ୍ତ ମାଝି, ଡ. ଦ୍ବାରିକା ମୋହନ ଦାସ, ଶ୍ରୀମତି ସସ୍ମିତା ପୁରୋହିତ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ଟିର ସଫଳ ରୂପାୟନ ଓ  ପରିସମାପ୍ତି ରେ ଯଥେଷ୍ଟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *