ଯାଜପୁର,୩୧/୦୫/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ତା ୨୯.୦୫.୨୦୨୫ ରିଖ ରୁ ୧୨.୦୬.୨୦୨୫ ରିଖ ପଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ନୂତନ କୃଷି ପ୍ରଯୁକ୍ତି, ବିଭିନ୍ନ ସରକାରୀ ଯୋଜନା ଏବଂ ଉନ୍ନତ ବିହନ ଓ ରୋଗ ପ୍ରତିରୋଧକ ବିଷୟରେ ଚାଷୀ ମାନଙ୍କୁ ସୂଚନା ଦିଆଯିବ। ପରିଶେଷରେ କୃଷକ ମାନଙ୍କ ପ୍ରତିକ୍ରିୟା ଏବଂ ସେମାନଙ୍କର ପ୍ରତିକ୍ରିୟା ଏବଂ ସେମାନଙ୍କର ସମସ୍ୟା ଗୁଡିକୁ ଲିପିବଦ୍ଧ କରାଯିବ।
ଏହି କ୍ରମରେ ତା ୨୯.୦୬.୨୦୨୫ ଦିନ ବଡ଼ଚଣା ଓ ଧର୍ମଶାଳା ବ୍ଲକର ହାଟକରଣ୍ଡା, ମଙ୍ଗରାଜପୁର, ବଡ଼କାଇମା ଓ ଅଭୟପୁର ଗ୍ରାମରେ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସହିତ ଓଡ଼ିଶା ସରକାରଙ୍କ କୃଷି ବିଭାଗର ଅଧିକାରୀମାନେ ଚାଷୀ ମାନଙ୍କ ମଧ୍ୟରେ ନୂତନ ଫସଲ ଉତ୍ପାଦନ କୌଶଳ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିଥିଲେ।
ତା ୦୨.୦୬.୨୦୨୫ ରିଖରେ ଦଶରଥପୁର ବ୍ଲକର ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ଓ ସୋଲପଟ ଗ୍ରାମ, ରହସୋଇ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମ ଓ ରହାସୋଇ ଗ୍ରାମ, ତା ୦୩.୦୬.୨୦୨୫ ରିଖରେ ବରୀ ବ୍ଲକର ବାଲିଆ ପଞ୍ଚାୟତର ବାଲିଆ ଗ୍ରାମ, ଧାରପୁର ପଞ୍ଚାୟତର ନାଥପୁର ଓ ଧାରପୁର ଗ୍ରାମ, ତା ୦୫.୦୬.୨୦୨୫ ରିଖରେ ଧର୍ମଶାଳା ବ୍ଲକର ପାଟୁନିଆ ଗ୍ରାମ ପଞ୍ଚାୟତର ଶଙ୍ଖ ଗ୍ରାମ, ରଧଦେଇପୁର ଗ୍ରାମ ଓ ହମଜପୁର୍ ଗ୍ରାମରେ, ମହିସାର ପଞ୍ଚାୟତର ମହିସାର ଗ୍ରାମ, ବାଟିଯୋଡା ଗ୍ରାମ, କୁରିକଣା ଗ୍ରାମରେ,
ତା ୦୬.୦୬.୨୦୨୫ ରିଖ ଯାଜପୁର ବ୍ଲକର ବିଚିତ୍ରପୁର୍ ପଞ୍ଚାୟତର ବିଚିତ୍ରପୁର ଗ୍ରାମ, ଅବଦଲପୁର ଗ୍ରାମ, ଉପର ବରୁଆଁ ଗ୍ରାମ ପଞ୍ଚାୟତର ଉପର ବରୁଆଁ, କଚେରିଗାଁ ଗ୍ରାମରେ, ତା ୦୯.୦୬.୨୦୨୫ ରିଖାରେ କୋରେଇ ବ୍ଲକର ବଦବିରୁହଁ ଗ୍ରାମପଞ୍ଚାୟତର ବଡ଼ବିରୁହଁ ଗ୍ରାମ, ବନମାଳୀପୁର ଗ୍ରାମ,ବରୁଣ୍ଡେଇ ଗ୍ରାମ ପଞ୍ଚାୟତର ଉତରଖଜିରା, ବିରୁଂହାପଦା, ବାଙ୍ଗରକୋଟେ, ଖଜୁରୀବିଧ ଗ୍ରାମରେ, ତା ୧୦.୦୬.୨୦୨୫ ରିଖରେ ସୁକିନ୍ଦା ବ୍ଲକର ସାଂଶିଲୋ ଗ୍ରାମ ପଞ୍ଚାୟତର ସାଂଶିଲୋ ଓ ପାଟପୁର ଗ୍ରାମ, ଗୋବରଘାଟି ପଞ୍ଚାୟତର ଗୋବରଘାଟି, ହାତୀମୁଣ୍ଡ, ମିରିଗଚାର ଗ୍ରାମରେ, ତା ୧୧.୦୬.୨୦୨୫ ରିଖରେ ଦାନଗଦି ବ୍ଲକର ରଣହୁଣ୍ଡି ପଞ୍ଚାୟତର ରଣହୁଣ୍ଡି ଓ ମନ୍ଦାପଡ଼ା ଗ୍ରାମରେ ସାଲିଜଙ୍ଗା ପଞ୍ଚାୟତର ସାଲିଜଙ୍ଗା ଗ୍ରାମ ଓ ବାଲିଆପାଳ ଗ୍ରାମରେ, ତା ୧୨.୦୬.୨୦୨୫ ରିଖରେ ବିଂଝାରପୁର ବ୍ଲକର ଅନୁରି ଗ୍ରାମ ପଞ୍ଚାୟତର କରପଡା ଗ୍ରାମ, କୁଆଁରପୁର ଓ ବଲଭଦ୍ରପୁର ଗ୍ରାମରେ ଓ ପ୍ରୀତିପୁର ପଞ୍ଚାୟତର ପ୍ରିତିପୁର ଓ ଆଳୁକୁଣ୍ଡ ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା, ସାଂସଦଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର ବିଶ୍ବାଳ ତଥା କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସୁନୀଲ କୁମାର ମହାପାତ୍ରଙ୍କ ଦ୍ଵାରା କୃଷି ରଥର ଶୁଭାରମ୍ଭ କରାଯାଇଥିଲା।
