Odisha Latest Political News : କଳ୍ପନା ଜଳ୍ପନା ର ଅନ୍ତ, ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ତେଜେଶ୍ୱର ପରିଡ଼ା ହେଲେ ବିଜେପି ର ବିଧାୟକ ପ୍ରାର୍ଥୀ

ପାଟକୁରା, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)- ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ଯୁବ ନେତା, ରାଜ୍ୟ ବିଜେପିର ମୁଖପାତ୍ର ତେଜେଶ୍ୱର ପରିଡ଼ା ହେଲେ ବିଜେପି ର ବିଧାୟକ ପ୍ରାର୍ଥୀ । ଆଜି ୩୫ ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାଥିୀ ଘୋଷଣା କରାଯାଇନାହିଁ । ୩୫ ଟି ଆସନକୁ ଛାଡ଼ି ଅବଶିଷ୍ଠ ୧୧୨ ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥିୀ ଘୋଷଣା କରାଯାଇଛି । ପାଟକୁରା ରେ ବିଜେପି ର ତେଜେଶ୍ୱର ପରିଡ଼ା ଙ୍କ ନାମ ପ୍ରାଥିୀ ଘୋଷଣା କରାଯିବା ପରେ ପାଟକୁରା ବିଜେପି କର୍ମୀ ମହଲରେ ଖୁସିର ଲହରି ଖେଳି ଯାଇଛି । ପାଟକୁରା ରେ ବିଜେପି ର ସଂଗଠନ ପୁରା ଶୂନ୍ ହୋଇଯାଇଥିଲା । ତେଜେଶ୍ୱର ପରିଡ଼ା ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ରେ ଯୋଗଦେବା ପରେ ଦଳର ସଂଗଠନକୁ ଆଗକୁ ନେଉଥିଲେ । ତାଙ୍କ ନେତୃତ୍ୱରେ ବିଜେପି ପାଟକୁରା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଜିରୋ ରୁ ହିରୋ କରିପାରିଛି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି । ତେଜେଶ୍ୱର ବିଜେପି ର ପ୍ରାର୍ଥିୀ ହେବା ପରେ ପାଟକୁରା ବିଜେପି କର୍ମୀମାନେ ଉତ୍ସାହିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *