କଳମିଶ୍ରି ପଞ୍ଚାୟତ କାର୍ଯ୍ୟାଳୟ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି  ୧୨/୯/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) -ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କଳମିଶ୍ରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଡାଇବେଟିସ , ହିମୋଗ୍ଲୋବିନ, ଏଚ ଆଇ ଭି ଆଦି ପରୀକ୍ଷା କରାଯାଇଥିଲା ।ଏହି ଶିବିରରେ  ଶତାଧିକ ରୋଗୀ ଯୋଗ ଦେଇ ପରୀକ୍ଷା କରାଇ ଥିଲେ । ଏହି ଶିବିରକୁ କଳମିଶ୍ରି ଗ୍ରାମପଂଚାୟତ ର ସରପଞ୍ଚ ଅନନ୍ତ କର  ଉଦଘାଟନ କରିଥିଲେ ଓ ନେମାଳମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ମୀନ କେତନ ମହାନ୍ତି ପରିଚାଳନା  କରିଥିବା ବେଳେ ଡାକ୍ତର ସ୍ମିତା ମହାନ୍ତି,ଲାବଟେକନି ସିଆନ ମଧୁସ୍ମିତା ମହାନ୍ତି ଓ ଆଶୁତୋଷ ସାହୁ ପ୍ରମୁଖ ଯୋଗଦେଇ ରୋଗୀ  ମାନ ଙ୍କ ର ପରୀକ୍ଷା କରାଇ ଥିଲେ |ଏଥିରେ ସ୍ଥାନିୟ ଯୁବକ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *