ସି ପି ଆଇ ଏମ୍ ର ମହା ଅଧିବେଶନ ଏପ୍ରିଲ ରେ

ରାଉରକେଲା,୦୯ /୯/୨୦୨୪ (ଓଡ଼ିଶା ସମାଚାର)-ସି ପି ଆଇ ଏମ୍ ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁ ର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହାଧିବେଶନ ପୂର୍ବରୁ ପାର୍ଟିର ସମସ୍ତ ୟୁନିଟ ବା ଶାଖା କମିଟି ଠାରୁ, ଆଂଚଳିକ କମିଟି, ଜିଲ୍ଲା କମିଟି ଓ ରାଜ୍ୟ କମିଟି ମାନଙ୍କ ସମ୍ମୀଳନୀ ସଂଗଠିତ କରି ନୂତନ କମିଟି ସହିତ ନେତୃତ୍ବ ନିର୍ବାଚନ କରାଯିବ। ରାଉରକେଲା ଆଂଚଳିକ କମିଟି ଅଧିନରେ ଥିବା ୧୭ ଟି ଶାଖା ମଧ୍ୟରୁ ଆଜି ଷ୍ଟିଲ ଓ ସେକ୍ଟର ୧୬ ଶାଖାର ସାଂଗଠନିକ ସମ୍ମିଳନୀ ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀ ପ୍ରାରମ୍ଭରେ ପାର୍ଟିର ଲାଲ ପତାକା ଉତ୍ତୋଳନ କରିଥିଲେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଓ ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଯେ ସି ପି ଆଇ ଏମ୍ ତାର ଗଠନ ହେବା ଦିନଠାରୁ ସାଲିସହୀନ ଭାବେ ସାଧାରଣ ଲୋକ, ଶ୍ରମିକ,କୃଷକ ଓ ଖଟିଖିଆ ମେହେନତୀ ଜନଗଣଙ୍କ ସମସ୍ୟା ରେ ନିଜକୁ ସାମିଲ କରିଛି। ଦେଶ ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନତା ପରେ ସି ପି ଆଇ ଏମ୍ ନିରବଚ୍ଛିନ୍ନ ଭାବରେ ଓ ସରକାର ଙ୍କ ଜନ ବିରୋଧୀ ନୀତି ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନୀତି ହେଉ କିମ୍ବା ସାଂପ୍ରଦାୟିକ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସମସ୍ତ ପ୍ରତାରଣା ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ସେ ଆହ୍ୱାନ କରିଥିଲେ।ଏହି ସମ୍ମିଳନୀରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ରାଜ୍ୟ କମିଟି ଜାରୀ କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଶାଖା ସମ୍ମିଳନୀ ପରିଚାଳନା ଓ ରିପୋର୍ଟ ଓ ଜନଗଣଙ୍କ ସହିତ ସାମିଲ ହୋଇ କାର୍ଯ୍ୟକ୍ରମ କୁ ଲୋକଙ୍କ ନିକଟତର ହେବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି,ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଆଗାମୀ ୩ ବର୍ଷ ପାଇଁ ନୂତନ ଶାଖା ସଂପାଦକ ନିର୍ବାଚନ କରାଯାଇଥିଲା।  ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଷ୍ଟିଲ ଶାଖାର ସଂପାଦକ ସୁରେନ୍ଦ୍ର ମହାନ୍ତି ଓ ସେକ୍ଟର ୧୬ ଶାଖାର ସଂପାଦକ ଲକ୍ଷ୍ମୀଧର ନାୟକ ମିଳିତଭାବେ ସଭାପତିତ୍ବରେ ଷ୍ଟିଲ ଶାଖା ନେତା ଏନ୍ ଏନ୍ ପାଣିଗ୍ରାହୀ, ରତ୍ନାକର ନାୟକ, କୁଳମଣି ରାଉତ, ସଚିନ୍ ରାୟ, ବାସୁଦେବ ସାହୁ ଓ ସେକ୍ଟର ୧୬ ଶାଖା ପକ୍ଷରୁ ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି,ଜି କେ ନାୟକ, ସୁରେନ୍ଦ୍ର ବେହେରା,ବୁବୁନ ମାଇତି, ହିତେଶ ମଲ୍ଲିକ,କୁନ୍ଦନ ବେହେରା, ଆଦିତ୍ୟ ନାୟକ, ଲଳିତା ରଜକ ପ୍ରମୁଖ ସମ୍ମିଳନୀ ରେ ସଂପାଦକ ଙ୍କ ଉପସ୍ଥାପିତ ସାଂଗଠନିକ ରିପୋର୍ଟ ଉପରେ ଆଲୋଚନା କରିଥିଲେ। ଶେଷରେ ଏକ ସାଧାରଣ ସଭା ଆମ୍ବାଗାନ ଛକ ଠାରେ ନବ ନିର୍ବାଚିତ ସେକ୍ଟର ୧୬ ଶାଖା ସଂପାଦକ ଲକ୍ଷ୍ମୀଧର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଅକ୍ଟୋବର ୨୭ ତାରିଖ ଦିନ ପାର୍ଟିର ରାଉରକେଲା ଆଂଚଳିକ କମିଟି ସମ୍ମୀଳନୀ, ନଭେମ୍ବର ମାସରେ ପାର୍ଟିର ଜିଲ୍ଲା ସମ୍ମିଳନୀ ଓ ଡିସେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପାର୍ଟିର ରାଜ୍ୟ ସମ୍ମିଳନୀ କଟକ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଏକ ପ୍ରେସ ବିବୃତିରେ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *