ନିଟ୍‌ରେ କୃତୀ ଛାତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସମାଜ ପକ୍ଷରୁ ସମ୍ବର୍ଦ୍ଧନା

 ଧର୍ମଗଡ ୨୨/୦୭/୨୦୨୬ (ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ଗ୍ରାମର ପଣ୍ଡରା ମାଳି ସମାଜ ସମ୍ପ୍ରଦାୟର ଛାତ୍ରୀ ସମାପିକା ସମଦର୍ଶିନୀ ନାଏକ ପିତା ବେଣୁଧର ନାଏକ ଓ ମାତା ନିରୁପମା ନାଏକ ଓ ରାଏନ ଗୁଡା ଗ୍ରାମ ର ପ୍ରିୟ ଦର୍ଶିନୀ ନାଏକ ପିତା ଜିତେନ୍ଦ୍ର କୁମାର ନାଏକ ଓ ମାତା ସୌଦାମିନୀ ନାଏକ ନିଟ୍ ପରୀକ୍ଷା ସଫଳତା ପାଇଛନ୍ତି । ପୂ ଯୁବ ବାହିନୀ ସଭାପତି ଓ ଆଇନ ପରାମର୍ଶ ଦାତା ଶ୍ରୀ ଦୁର୍ଗା ପ୍ରସାଦ ନାଏକ ଙ୍କ ନେତୃତ୍ୱ ଓ ସମାଜ ସଭାପତି ଈଶ୍ୱର ପୂଝରୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମର୍ଦ୍ଧନା ସଭା ରେ ଆୟୋଜିତ ପଣ୍ଡରା ମାଳି ସମାଜ ପାଇଁ ଗର୍ବ ଏବଂ ଗୌରବର ଆଣିଥିବା ଉଭୟ ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇ ଥିଲା ।

ସର୍ବ ପ୍ରଥମେ ନାରୀ ଶିକ୍ଷା ଅଧିକାର ପାଇଁ ଲଢେଇ କରିଥିବା ସାବିତ୍ରୀ ବାଇ ଫୁଲେ ଦମ୍ପତି ଙ୍କ ଫୋଟୋ ଚିତ୍ର ଦେଇ ମଙ୍ଗଳବାର ସନ୍ଧ୍ୟା ସମୟ ରେ କଳାହାଣ୍ଡି ପଣ୍ଡରା ମାଳି ସମାଜ ପକ୍ଷରୁ ଡ଼ୁମେର ଗୁଡା ଠାରେ ସମାପିକା ପ୍ରିୟ ଦର୍ଶିନୀ ଙ୍କୁ ଓ ରାଏନ ଗୁଡା ଠାରେ ପ୍ରିୟଦର୍ଶିନୀ ନାଏକ ଙ୍କୁ ସମାଜ ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପ ଢ଼ୋକନ ଓ ମାନପତ୍ର ଦେଇ ମିଠା ଖୁଆଇ ତାଙ୍କର ପରିବାର ମା, ବାପା, ଗ୍ରାମବାସୀ ଙ୍କ ଉପସ୍ଥିତ ରେ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ସମାଜ କୁଳପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାଏକ ଆଗାମୀ ଦିନ ରେ ଶିକ୍ଷା କୁ ଆଗକୁ ବଢାଇବା ପାଇଁ ପ୍ରଶାସନିକ କ୍ଷେତ୍ର ରେ ଏମିତି କୃତିତ୍ୱ ହାସଲ କରି ଆଗ କୁ ବଢିବା ପାଇଁ ଆହ୍ୱାନ ଦେଇ ଥିଲେ ।

ଏହି ଅବସରରେ ପଣ୍ଡରା ମାଳି ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟନ୍ୟ ଅତିଥି ମାନେ କହିଥିଲେ ଯେ, ଆ ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରିବେ। ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଯେ ହେତୁ ପଣ୍ଡରାମାଳୀ ସମାଜ ରେ ଏ ଦୁହେଁ ପ୍ରଥମ ଡାକ୍ତରାଣୀ ହେବେ ।

ଏହି ଅବସରରେ ସମାଜ ଉପ ସଭାପତି ରାଜେନ୍ଦ୍ର ଭୋଇ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ NAC ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ବେଣୁଧର ନାଏକ, ଲୋକେଶ୍ୱର ପାରି, କାର୍ଗିଲ ବଣିଆ, ସୁମିତ ବଣିଆ, ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତଙ୍କୁ ଉଭୟ କୃତୀ ଛାତ୍ରୀ ଙ୍କ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *