ସାଲେପୁର,୦୫/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ବାମପନ୍ଥୀ ନେତୃତ୍ୱରେ ପରିଚାଳିତ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବଜେଟ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ପିତାମ୍ବର ଲେଙ୍କା, ପ୍ରାକ୍ତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା ପ୍ରମୁଖ କେନ୍ଦ୍ର ସରକାର ଙ୍କ ବଜେଟ ରେ ଓଡିଶା କୁ ଅଣଦେଖା କରାଯାଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଦରଦାମ ନିୟନ୍ତ୍ରଣ ପ୍ରତି କୌଣସି ବ୍ୟବସ୍ଥା ନଥିବା ରୁ ଏହି ଗରିବ ମାରଣ ବଜେଟ କୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା ।
ଏହା ପୂର୍ବରୁ ଶୋଭାଯାତ୍ରା କାରୀ ମାନେ ସାହେଶ୍ୱରୀ ମଣ୍ଡପରୁ ଏକ ପାଟୁଆରରେ ବାହାରି ସହର ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବାମପନ୍ଥୀ ନେତା ତ୍ରୈଲୋକ୍ୟ ନାଥ,ବାସୁଦେବ ଓଝା,ମାଗୁଣି ନାୟକ, ପରମାନନ୍ଦ ସ୍ୱାଇଁ,ସୁଦାମ ବାରିକ, ଅମଜାଦ ଖାଁ, ପରମାନନ୍ଦ ସେଠି, ଯୁଗଳ କିଶୋର ଦୀକ୍ଷିତ ପ୍ରମୁଖ ବହୁ ନେତାକର୍ମୀ ଯୋଗ ଦେଇ ଥିଲେ । ସ୍ମାଟ ମିଟର ପ୍ରତ୍ୟାହାର ସଂକ୍ରାନ୍ତରେ ଏକ ଦାବିପତ୍ର ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହାପରେ କେନ୍ଦ୍ର ବଜେଟ ରେ ଅଗ୍ନିସଂଯୋଗ କରାଯାଇଥିଲା ।
ସାଲେପୁର ରେ ବାମପନ୍ଥୀ ଙ୍କ କେନ୍ଦ୍ର ବଜେଟ ପୋଡି
