“ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଓ ମାନ୍ୟବର ବାଚସ୍ପତି” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୦୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ବିଧାନସଭା ପରିସରରେ ବାଚସ୍ପତିଙ୍କ କାର୍ୟ୍ୟାଳୟଠାରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଧାନସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ, ଶ୍ରୀ ଦେବେନ୍ଦ୍ର ନାଥ ପ୍ରଧାନଙ୍କ ଲିଖିତ ଦୁଇଟି ପୁସ୍ତକ,“ବିଧାନସଭାରେ ଅନାସ୍ଥା ପ୍ରସ୍ତାବ” ଓ “ମାନ୍ୟବର ବାଚସ୍ପତି” ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଧାନସଭାର ସଚିବ, ଶ୍ରୀ ଦାଶରଥୀ ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପ୍ରଧାନ ପୂର୍ବରୁ ବହୁତ ଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି, ତାହା ମଧ୍ୟରେ ବିଧାନସଭାରେ “୧୯୩୭ ରୁ ୨୦୧୪ମସିହା ମଧ୍ୟରେ ଆସ୍ଥା ଓ ଅନାସ୍ଥା ପ୍ରସ୍ତାବ” ଅନ୍ୟତମ । ଶ୍ରୀ ପ୍ରଧାନ ମଧ୍ୟ ଜଣେ ସମାଜସେବୀ ଓ ଏବେ ମଧ୍ୟ ସକ୍ରିୟ ଭାବେ ବହୁ ସମାଜସେବା ଅନୁଷ୍ଠାନ ସହିତ ଜଡିତ । ଶ୍ରୀ ପ୍ରଧାନଙ୍କର ଏଭଳି ଉଦ୍ୟମକୁ ମାନ୍ୟବର ବାଚସ୍ପତି ଭୂୟସି ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *