ରାଉରକେଲା,୦୨/୦୨/୨୦୨୫ (ଓଡ଼ିଶା ସମାଚାର)- ସହରର ଅନ୍ୟତମ ନୃତ୍ୟ ଓ କଳାନୁଷ୍ଠାନ ପାୟଲ ର ୩୭ତମ ବାର୍ଷିକୋତ୍ସବ ରିଦିମ୍ ୨୦୨୫ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପାୟଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ, ସଭାପତି କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଶିଷ୍ଟ ଅତିଥି, ଆରଏସପିର ଇଡି ପ୍ରୋଜେକ୍ଟ ସୁଦୀପ ପାଲ ଚୈ।ଧୁରୀ, ସିଆଇଏସଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଆଲୋକ ବୋଷ , ଦୀପିକା ମହିଳା ସଂହତି ର ସାରିକା ମାମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦିକା ଡାକ୍ତର ପୂଜା ପତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପାୟଲ ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ସାଂସ୍କୃତିକ କ୍ଷେତ୍ରରେ ଏକ ଜାଗରଣ ବୋଲି ମତ ରଖିଥିଲେ। ଏହି ଅବସରରେ ସୁନ୍ଦର ଥିମ୍, ପରମ୍ପରା ଓ ସଂସ୍କୃତି କୁ ନେଇ କଥକ,ଓଡିଶୀ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩ ବର୍ଷରୁ ୬୦ ବର୍ଷ ବୟସର ପ୍ରାୟ ୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଲିଖିତା ସେଠୀ, ଗୁରୁ କେତକୀ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେର୍ଶନାରେ ନୃତ୍ୟ ଶିଳ୍ପୀ ସ୍ନେହା ଗାଙ୍ଗୁଲି, ମୋନାଲିସା ଗୁପ୍ତା,ଭିକି ଶର୍ମା,ଅନିଶା ସାହୁ, ସସ୍ମିତା ଜେନା, ଅଙ୍କିତା ଅନନ୍ୟା ଗୟା, ମାନସୀ ଚକ୍ରବର୍ତ୍ତୀ,ସ୍ବସ୍ତି ପଣ୍ଡା ପ୍ରମୁଖ ବହୁ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ଭଟ୍ଟାଚାର୍ଯ୍ୟ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପାୟଲ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ
