ଯାଜପୁର ,୦୨/୯/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ): ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦାନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ପୂର୍ବରୁ ଜଗତସିଂପୁର ଜିଲ୍ଲାରେ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ସାକ୍ଷାତ କରି ନିଜ ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପରେ ସେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ନବକୃଷ୍ଣ ଜେନା, ଉପ-ଜିଲ୍ଲାପାଳ ଅଂଶୁମାନ ଶତପଥି ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ । ସଂସ୍କୃତି ଅଧିକାରୀ ସୋନାଲୀ ବେହେରା ଶ୍ରୀ ପଟ୍ଟନାୟକ ଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।