କଟକର ନୂଆ ଜିଲ୍ଲାପାଳ ହେଲେ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି କମିଶନର ଙ୍କ ଵଦଳି 

କଟକ ସଦର , ୮/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ କଟକରୁ ସିଏମସି କମିଶନର ଵଦଳି ଥିବା ବେଳେ କଟକ ଜିଲ୍ଲା ର ନୂଆ ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଥିବା ୨୦୧୬ ଵ୍ୟାଚର ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଜିଲ୍ଲାପାଳ ହୋଇ ଆସିଛନ୍ତି। ସେହିପରି କଟକ ମହାନଗର ନିଗମର ଆୟୁକ୍ତ ଥିବା ଏଵଂ ସିଡିଏ ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟୀତ୍ବ ରେ ଥିବା ବିଜୟ କୁମାର ଦାସଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ମିଳିନଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କଟକ ର ଜିଲ୍ଲାପାଳ ଥିବା ଅରିନ୍ଦମ ଡାକୁଆଙ୍କର ସିଏମଓ କୁ ଵଦଳି ହୋଇଯିବା ପରେ ଏକମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ପଦବୀ ଖାଲିପଡ଼ିଥିଲ। ।

Leave a Reply

Your email address will not be published. Required fields are marked *