କଟକ ସଦର ,୨୦/୦୪/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଆୟତପୁର ର ବ୍ରାହ୍ମଣଵାଡ ର ମକଵୁଲ ଖାଁଙ୍କ ହଳ ଵଳଦରେ ଆଜି ସୋମବାର ଅକ୍ଷୟ ତୃତୀୟା ଦିନ ଏନଆରଆରଆଇ ରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଳ ଵୁଲାଇ ଅକ୍ଷିମୁଠି ଅନୁକୂଳ କରିଥିବା ଜଣାପଡିଛି। ମକଵୁଲ ଖାଁ ବଳଦ ଧରିଲେ, ମୋହନ ମାଝୀ ହଳ ବୁଲାଇଲେ।
ମକଵୁଲ ଖାଁଙ୍କ ବଳଦ ଦେଖି ପ୍ରଶାସନ ମୁଖ୍ୟମନ୍ତ୍ରୀ ଙ୍କ ଅକ୍ଷିମୁଠି ଅନୁକୂଳ ପାଇଁ ବରାଦ ଦେଇଥିଲେ। ସେଥିପାଇଁ ମକଵୁଲ ଆଜି ହଳ ବଳଦ ନେଇ ଆସିଥିଲେ ଏବଂ ତାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ହଳ କରିଥିବା ଜଣାଯାଇଛି। ସେହିପରି ଅନ୍ୟ ଏକ ଖଵରରୁ ଜଣାପଡିଛି ଯେ କଟକ ସଦର ତଥା ଚୈ।ଦ୍ୱାର କଟକ ର ପୂର୍ବତନ ବିଧାୟକ ତଥା ବିଜେଡିରୁ ନିଲମ୍ବିତ ନେତା ପ୍ରଭାତ ବିଶ୍ବାଳ ଗତକାଲି ଖଇରିଆ ପୋଷାକ ବଦଳାଇବା ପରେ ଆଜି ଧଳା ପୋଷାକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଓଏମପି ଛକରେ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଆଗାମୀ ଦିନରେ ପ୍ରଭାତ ବିଜେପି କୁ ଯିବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ଜୋର ହେଉଛି।
