ପ୍ରଫେସର ବୈଷ୍ଣବ ସାମଲ ଓ ଗାୟକ ସାମନ୍ତ ପ୍ରଫୁଲ୍ଲ ଷଡ଼ଙ୍ଗୀଙ୍କୁ ଚଳିତବର୍ଷର ଗୁରୁ ପ୍ରଣାମ ସମ୍ମାନ

ଭୁବନେଶ୍ୱର,୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ବିଗତ ୨୪ ବର୍ଷ ଧରି ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ପ୍ରଦାନ କରାଯାଉଥିବା ଗୁରୁ ପ୍ରଣାମ ସମ୍ମାନ, ଚଳିତ ରଜତ ଜୟନ୍ତୀ ବର୍ଷରେ ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସଂରକ୍ଷକ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଓ ଦୀର୍ଘ ୫୦ ବର୍ଷ ଧରି ଓଡ଼ିଆ ଲୋକକଳା ପାଲାକୁ ସାଧାରଣ ଜନତାଙ୍କ ନିକଟରେ ଲୋକପ୍ରିୟ କରାଇଥିବା ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କୁ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଗୁରୁ ପ୍ରଣାମ ମହୋତ୍ସବ-୨୦୨୬ରେ ସମ୍ବର୍ଦ୍ଧିତ କରାଯିବ ବୋଲି ମିଶନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବାର୍ତାରେ କହିଛନ୍ତି ।


ଆସନ୍ତା କାଲି ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ୪୫ଜଣ ସାଧୁ, ସନ୍ଥ, ବିଦ୍ୱାନ, ପଣ୍ଡିତ ଓ ରାଜନେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । କାର୍ଯ୍ୟକ୍ରମରେ ଶ୍ରୀ ରାମକୃଷ୍ଣ ଆଶ୍ରମର ଛାତ୍ରମାନେ ଘୁମୁରା, ସ୍ନିଗ୍ଧା ଏକେଡ଼େମୀର ଛାତ୍ରୀମାନେ ଓଡ଼ିଶୀ, ଖୋର୍ଦ୍ଧା ଅଂଚଳର ସଂକୀର୍ତନ, ବାଳକାଟୀର ଘଂଟଓ ବ୍ରହ୍ମଗିରିର ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମକୁ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଉଦ୍ଘାଟନ କରିବେ, ମୁଖ୍ୟ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବେ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଯୋଗଦେବେ । ବାବା ପ୍ରଣବାନନ୍ଦ ଦାସ ମଂଚ ପରିଚାଳନା କରିବେ ।

Leave a Reply

Your email address will not be published. Required fields are marked *