ଆତଙ୍କି ମାଙ୍କଡକୁ କାଵୁ କଲା ବନ ବିଭାଗ, ଲୋକେ ଆଶ୍ବସ୍ତ

କଟକ ସଦର , ୦୭/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଗ୍ରାମରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ଵ ହେଲା ଆତଙ୍କ ସୃଷ୍ଟି କରିଆସୁଥିବା ଏକ ପାଗଳା ଗେଧ ମାଙ୍କଡକୁ ଆଜି ଗୁରୁବାର ଦିନ ଵନ ବିଭାଗ କଟକ ରେଞ୍ଜ୍ ଅଧିନସ୍ଥ ଓଡ଼ପଡ଼ା ବିଟ୍ ହାଉସ୍ ର କର୍ମଚାରୀମାନେ ଯନ୍ତା ବସାଇ କାଵୁ କରିଥିବା ଜଣାପଡିଛି। ପ୍ରକାଶ ଯେ ଏହି ପାଗଳା ମାଙ୍କଡ଼ର ଦୈ।ରାତ୍ମରେ ଲୋକେ ଆତଙ୍କିତ ହୋଇପଡୁ ଥିବା ଅଭିଯୋଗ ହୋଇଆସୁଥିଲା। ଏପରି କି ଏହି ମାଙ୍କଡ଼ର ଆକ୍ରମଣରେ ଅନେକ ଲୋକ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହାର ଉତ୍ପାତ ଏତେ ବଢି ଯାଇଥିଲା ଯେ ଲୋକେ ପଦାକୁ ବାହାରିବାକୁ ନିରାପଦ ମଣୁ ନଥିଲେ। ଖଵର ପାଇ ବନରକ୍ଷୀ ହିମାଂଶୁ ବିଶ୍ୱାଳ ଓ ବନରକ୍ଷୀ ସୁକାନ୍ତ ମୁର୍ମୁ ପ୍ରମୁଖ ଏକ ଯନ୍ତାରେ କଦଳୀ କାନ୍ଦି ରଖି ଜଗି ରହିଥିଲେ। ମାଙ୍କଡଟି କଦଳୀ ଖାଇବା ଆଶାରେ ଯନ୍ତାରେ ପଶିଯିବାରୁ ଯନ୍ତାରେ ଦ୍ୱାର ଆପେ ଆପେ ବନ୍ଦ ହୋଇଯାଇଥିଲା। ସୂଚନାଯୋଗ୍ୟଯେ କଟକ ସଦର ଅଞ୍ଚଳରେ ଲାଗି ରହିଥିବା ମାଙ୍କଡ ଓ ଷଣ୍ଢଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏଥିପ୍ରତି ଦୃଷ୍ଟି ଦିଆଯିବା ସହ ମାଙ୍କଡ଼ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *