ଲକ୍ଷପତି ଦିଦି ଙ୍କୁ ମାନପତ୍ର ପ୍ରଦାନ 

ଗରଦପୁର,୨୫/୮/୨୦୨୪ (ଓଡ଼ିଶା ସମାଚାର)-ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ସଶକ୍ତ ଓ ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ସେମାନଙ୍କ ଉଲେଖନୀୟ ସଫଳତା ଓ ପ୍ରେରଣା ପାଇଁ ମାନପତ୍ର ପ୍ରଦାନ କରାଯାଇଛି । ଗରଦପୁର ବ୍ଲକ୍ ସଭା ଗୃହରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ଲକ ଜିବୀକା ମିଶନ ଦ୍ୱାରା ଏହି କାର୍ଯ୍ୟକ୍ରମରେ ଜିବୀକା ମିଶନ ର ସଂଯୋଜିକା ସୁସ୍ମିତା ରାୟ ସଭାପତିତ୍ୱ କରିଥିଲେ । ଏଥିରେ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ , ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ମିଶନଶକ୍ତିର ସଂଯୋଜକ ଅଖିଳ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲକ୍ଷପତି ଦିଦି ଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ତେବେ ଏହି ବ୍ଲକ୍ ରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ନିଜ ଉଦ୍ୟମ ବଳରେ ମହମବତୀ, ଫିନାଇଲ, ଅଗରବତୀ, ବଡ଼ି ପାମ୍ପଡ଼ ସମେତ ବିଭିନ୍ନ ହସ୍ତକ୍ରମ କରି ସ୍ୱାବଲମ୍ବୀ ହୋଇଥିବା ୨୦୦ ମହିଳାଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଅନ୍ୟ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରେରଣା ଓ ପରାମର୍ଶ ଦିଆଯାଇଛି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା, ସିଆରପି, ଏମବିକେ ମାନେ ଉପସ୍ଥିତ ଥିଲେ । ଜିବୀକା ମିଶନର କର୍ମଚାରୀ ସନ୍ଧ୍ୟା ସାଗରୀକା ପଣ୍ଡା, ରଶ୍ମିରେଖା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *