ବଟ ସାର ଙ୍କୁ ଶ୍ରଦ୍ଧାଂଜଳି 

ଗରଦପୁର,୨୫/୮/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ କହଣା ଗ୍ରାମର ସୁନାମ ଧନ୍ୟ ଓ ଆଦର୍ଶ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବଟକୃର୍ଷ୍ଣ ସେଠୀଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର , ବିଜେପି ନେତା ତେଜେଶ୍ୱର ପରିଡ଼ା, ଚିତରଂଜନ ଚୌଧୁରୀ, ଶ୍ରୀକାନ୍ତ ସେନାପତି, ବିଶ୍ୱରଂଜନ ପଣ୍ଡା, ସମିତି ସଭ୍ୟ ବ୍ରଜ କିଶୋର ସାହୁ, ସମିତି ସଭ୍ୟା ସୁମିତ୍ରା ସାହୁ, ଦୀପକ ରାଉତ, ସରୋଜକାନ୍ତ ନାୟକ, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର ଙ୍କ ସମେତ ବହୁ ମାନ୍ୟ  ଗଣ୍ୟ ବ୍ୟକ୍ତି , ଛାତ୍ର ଛାତ୍ରୀ ଓ ପୂର୍ବତନ ଛାତ୍ର ଛାତ୍ରୀ ଯୋଗଦେଇ ବଟସାରଙ୍କ ଗୁଣଗାନ କରିବା ସହ ବଟ ସାର ଜଣେ ଅମାୟିକ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହାଛଡ଼ା ବଟସାର ସ୍ଥାନୀୟ ହାଜି ଶେଖ ସମିରୁଦ୍ଧିନ୍ ହାଇସ୍କୁଲ କ୍ରିଷ୍ଣାନନ୍ଦପୁର ରେ ଶିକ୍ଷକ ଥିବା ବେଳେ ତାଙ୍କର ଅନନ୍ୟ ଶିକ୍ଷା ପ୍ରଣାଳୀ ଓ ଶିକ୍ଷା ଦାନ ଯୋଗୁ ବହୁ ଛାତ୍ର ଛାତ୍ରୀ ଦେଶ ଓ ରାଜ୍ୟର ବହୁ ଉଚ ପଦବୀରେ ରହି ଉଲେଖନୀୟ ସଫଳତା ପାଇଛନ୍ତି । ତେଣୁ ଏହି ଶ୍ରଦ୍ଧାଂଜଳି ସଭାରେ ଅଂଚଳର ବହୁ ବୁଦ୍ଧିଜିବୀ , ଶିକ୍ଷାବିତ, ଲୋକ ପ୍ରତିନିଧି , ସାମାଜୀକ କର୍ମୀ ଓ ପୂର୍ବତନ ଛାତ୍ର ଛାତ୍ରୀ ଯୋଗଦେଇ ବଟ ସାରଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁମରବର ସେଠୀ, ବଡ଼ ପୁଅ ଓମ ପ୍ରକାଶ ସେଠୀ, ସମ୍ବିତ କୁମାର ସେଠୀ, ଶୁଭେନ୍ଦୁ ସେଠୀ, ଚିତର ରଂଜନ ମହାନ୍ତି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *