ପିସିପିଏନଡିଟି ପରାମର୍ଶ ମଣ୍ଡଳୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲାପାଳ ।

ଯାଜପୁର,୨୬/୦୪/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣ ପିସିପିଏନ୍ଡିଟି ପରାମର୍ଶ ମଣ୍ଡଳୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଏଡିପିଏଚଓ ଡା. ସୁଧାଂଶୁ ଶେଖର ବଳ, ଏଡିଏମଓ ଡା. ସଚିଦାନନ୍ଦ ମଲ୍ଳିକ, ଏଡିଏମଓ ଡା. ସତ୍ୟ ପ୍ରକାଶ ସାହୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସଏମଓ ଡା. ଅର୍ଚ୍ଚନା ଗାଏନ ଏବଂ ଜିଲା ଚିକିତ୍ସାଳୟର ବିଭିନ୍ନ ବିଭାଗର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ର ମହାପାତ୍ର, ସ୍ତ୍ରୀ ରୋଗ ଏବଂ ପ୍ରସୂତୀ ବିଶେଷଜ୍ଞ ଡା. ପ୍ରଫୁଲ ଚନ୍ଦ୍ର ଦିକ୍ଷୀତ (ଭେଷଜ), ଶିଶୁ ରୋଗ ବିଶେଷଜ୍ଞ ଡା. ଆନନ୍ଦ ଚନ୍ଦ୍ର ମହାନ୍ତି, ପିସିପିଏନଡିଟି ସଦସ୍ୟ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଶ୍ରୀ ଅମରେନ୍ଦ୍ର ଦାସ, ପ୍ରେମଲତା ପଣ୍ଡା, ଗୋପାଳ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଜିଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।
ଜିଲାପାଳ ଶ୍ରୀ କଲ୍ୟାଣ ଜିଲାରେ ଚାଲିଥିବା ପଂଜିକୃତ ଅଲଟ୍ରାସାଉଣ୍ଡ ଗୁଡିକର କାର୍ଯ୍ୟଧାର ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଠାରୁ ପଚାରି ବୁଝିଥିଲେ । ପଂଜିକୃତ ନୂଆ ଅଲଟ୍ରାସାଉଣ୍ଡ ଗୁଡିକ ଯେଉଁ ମାନଙ୍କୁ ଅନୁମତି ମିଳିଛି ଡେପୁଟି କଲେକ୍ଟର ଙ୍କୁ ଟିମ୍ ରେ ସାମିଲ କରି ସେହି ଅଲଟ୍ରାସାଉଣ୍ଡ ଗୁଡିକର ନିରନ୍ତର ଅନୁଧ୍ୟାନ କରିବାକୁ ଜିଲାପାଳ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଆଶା କର୍ମୀମାନେ “ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପିସିପିଏନଡିଟି ଆକ୍ଟ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି ଗ୍ରାମାଂଚଳରେ ମହିଳା ମାନଙ୍କୁ ବ୍ୟାପକ ସଚେତନତା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଯେଊଁ ଅଲଟ୍ରାସାଉଣ୍ଡ କ୍ଳିନିକ୍ ଗୁଡିକ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ପରିବାର ନିୟୋଜନ, ଶିଶୁ ମାନଙ୍କ ନାମ ପଂଜିକରଣ, ପୁଅ ଓ ଝିଅ ସନ୍ତାନ ହାରକୁ ସମତୁଲ କରିବା, ପ୍ରତି ୧୪ ଦିନ ବ୍ୟବଧାନରେ ଏହାର ରିପୋର୍ଟ ଜିଲାପାଳଙ୍କୁ ଦେବା, ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ଯୋଜନା, ଯକ୍ଷ୍ମା ରୋଗ ପ୍ରତିରୋଧ ଏବଂ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା, ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା, ମୋ ପୋର୍ଟାଲରେ ତଥ୍ୟ ସ୍ଥାନୀତ କରିବା, ଜାତୀୟ ତମ୍ୱାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ହେପାଟାଇଟିସ୍ ବି ରୋଗ ନିୟନ୍ତ୍ରଣ, କାୟାକଳ୍ପ ପୁରସ୍କାର ଯୋଜନା, ଟୀକା ଦାନ କାର୍ଯ୍ୟକ୍ରମ, ମାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପାଂଇଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଗୁଡିକ ଉପରେ ସମୀକ୍ଷା କରି ନିଷ୍ଠାର ସହ ଜିଲାବାସୀଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଜିଲାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପିଏଚସି, ସିଏଚସି ଏବଂ ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *