ଚେତନା ଅନୁଷ୍ଠାନ ପରିଦର୍ଶନ କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନସଚିବ

ଭୁବନେଶ୍ୱର, ୨୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଚେତନା ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ପ୍ରଶିକ୍ଷଣ ଅନୁଷ୍ଠାନ ଓ ସ୍ୱତନ୍ତ୍ର ବିଦ୍ୟାଳୟର ହଷ୍ଟେଲ, ଶ୍ରେଣୀଗୃହ ଓ ପାଠାଗାର ପରିଦର୍ଶନ କରି ପ୍ରମୁଖ ଶାସନ ସଚିବଶ୍ରୀ ସେଠୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

        ଏହି ଅବସରରେ ଚେତନା ଅନୁଷ୍ଠାନ ପକ୍ଷରୁଏକ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼ଃ ଭାଗିରଥି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନସଚିବ ଶ୍ରୀ ସେଠୀ, ଚେତନା ଅନୁଷ୍ଠାନର ସଭାପତି ଡ଼ଃ ଅଜୟ କୁମାର ମିଶ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଚେତନା ଅନୁଷ୍ଠାନର   ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି, ଯୁଗ୍ମ ସମ୍ପାଦିକା ଡ଼ଃ ନିବେଦିତା ଜେନା, ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

        କାର୍ଯ୍ୟକ୍ରମରେ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି  ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *