ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା…..

                                      ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ….

ରାଉରକେଲା/କଟକ ,୧୯/୮/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ଓଡ଼ିଶାର ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ  ସଭା ଧବଳେଶ୍ଵର ଲିଙ୍ଗରାଜ ଶ୍ରାବଣ ସାରସ୍ବତ ସଙ୍ଗମ ୨୦୨୪ ଗଡଗଡେଶ୍ୱର ମନ୍ଦିର, କଟକ  ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇ ଯାଇଛି ।  ଏହା ସାହିତ୍ୟ ସଂସଦର ୫୧ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ  ଅତିଥି,କବି ଓ କବୟିତ୍ରୀମାନେ ଭଗବାନ ଶଙ୍କରଙ୍କୁ ଜଳଲାଗି କରିଥିଲେ । କବୟିତ୍ରୀ ଏଲିଜା ଜେନା  ଶିବ ସ୍ତୁତି ଗାନ କରିଥିଲେ । କବି,କବୟିତ୍ରୀ , ଲେଖକ,ଲେଖିକାମାନେ ” କାଉଡ଼ିଆ ମାନଙ୍କ ଆଧ୍ୟାତ୍ମିକ ଚେତନା ଓ ଶିବ ମହିମା ବିଷୟରେ ଗବେଷଣାତ୍ମକ କବିତା, ଗଳ୍ପ,  ଓ ପ୍ରବନ୍ଧ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଓଡ଼ିଶାର କାଉଡ଼ିଆ ଲୋକ ସଂସ୍କୃତି ସାହିତ୍ୟ ପାଠ୍ୟକ୍ରମରେ ସାମିଲ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଜାତୀୟ ଅସ୍ମିତା ସୃଷ୍ଟି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ଘାଟକ  ଧବଳେଶ୍ଵର ସାରସ୍ବତ ଆଶ୍ରମ, କଟକ ର ସଭାପତି ମାନସ ଚୈତନ୍ୟ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ଓଡ଼ିଶାର ଲୋକ ସଂସ୍କୃତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି  ନିହାର ରଞ୍ଜନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ବେଦ, ଶାସ୍ତ୍ର ଏବଂ ଶିବ ପୁରାଣର ଉଦାହରଣ ଦେଇ ଶଙ୍କରଙ୍କ ମହିମା ବ୍ୟାଖ୍ୟା କରିଥିଲେ । ମୁଖ୍ୟବକ୍ତା  ଲିଙ୍ଗରାଜ ପତି ଶିବ ମହିମାର ଆଧ୍ୟାତ୍ମିକ ତତ୍ତ୍ଵ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ବକ୍ତାବୃନ୍ଦ ଭାବେ ବିଷ୍ଣୁ ମିଶ୍ର, ସାହିତ୍ୟିକ ଓ ସଂଗଠକ ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ପ୍ରଫେସର ଡ଼କ୍ଟର ଗୋକୁଳ ବିହାରୀ ଦାଶ , ଓ ୟୁ ଏ ଟି ଯୋଗଦେଇ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ସୁନ୍ଦର ବ୍ୟାଖ୍ୟା କରିଥିଲେ । କଣ୍ଠଶିଳ୍ପୀ ମାନେ ଶିବ ମହିମା ଏବଂ କାଉଡ଼ିଆ ଭକ୍ତି ଭଜନ ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଏହି ଅବସରରେ ରାଉରକେଲା ର କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ କବି ସସ୍ମିତା ପ୍ରଧାନ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ବଳରାମ ପୂଜାରୀ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ରାଜେଶ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ଧବଳେଶ୍ଵର ଲିଙ୍ଗରାଜ ସମ୍ମାନ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଏବଂ ଧବଳେଶ୍ଵର ଲିଙ୍ଗରାଜ ସେବା ସମ୍ମାନ ଡଃ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା ।  ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ଭୋଇ ଶିବ ତାଣ୍ଡବ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । କବି ଏବଂ ଗାଳ୍ପିକ  ଅଜୟ ପଣ୍ଡାଙ୍କ ପୁସ୍ତକ ” ମୃଗତୃଷ୍ଣା ” ର ଶୁଭ ଲୋକାର୍ପଣ ହୋଇଥିଲା । ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଏବଂ ବରିଷ୍ଠ କର୍ମକର୍ତ୍ତା ପୁରସ୍କାର ଏବଂ ସମ୍ମାନ ପ୍ରଦାନ କରିଥିଲେ । ବରିଷ୍ଠ କବି ଦେବଦତ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *