କିଶନନଗର ଅଞ୍ଚଳରେ ପାଟରା ସମ୍ପ୍ରଦାୟଙ୍କ କୈ।ଳିକ ଗହ୍ମାପର୍ଵ ଆନନ୍ଦ ଉଲ୍ଲାସର ସହିତ ପାଳନ

କଟକ ସଦର , ୧୯/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାଟରା ସମ୍ପ୍ରଦାୟଙ୍କ ଈଷ୍ଟଦେଵ କୂଳ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଜନ୍ମ ଦିନ ଅବସରରେ ଆଜି ସୋମବାର ଦିନ କିଶନନଗର ଅଞ୍ଚଳରେ ଥିବା ପାଟରା ମାନଙ୍କ ଘରେ ମହାସମାରୋହରେ,ଆନନ୍ଦ ଉଲ୍ଲାସ ମଧ୍ୟରେ, ଆଧ୍ୟାତ୍ମିକ ପରିବେଶରେ ଗହ୍ମାପର୍ଵ ଅନୁଷ୍ଠିତ ହୋଇଛି। ଏହି ପର୍ଵ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିବସରେ ଘରେ ଘରେ ସଜ ବସା କରି ବଳଭଦ୍ରଙ୍କୁ ଆବାହନ କରାଯାଇଥାଏ। ଦ୍ୱିତୀୟ ଦିବସ ବଡ଼ ପୂଜା ବସା ବଡ଼ ପର୍ବରେ ନାନାଦି ପିଠା ପଣା, ମିଠା ମିଠି କରାଯାଇ ସାରୁ ପତ୍ରରେ  ଲାଗି କରାଯାଏ।ଅନ୍ତିମ ଉଦଯାପନ ଦିବସରେ ଶାଗ ଭାତ ସାଙ୍ଗକୁ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଲାଗି ହେବା ପରେ ବିସର୍ଜନ ହୋଇଥାଏ। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ପାଟରା ବିଶୋଇଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପାଟ ରାକ୍ଷୀ ଆଜି ଗହ୍ମାପୂର୍ଣ୍ଣିମା ବା ରାକ୍ଷୀପୂର୍ଣ୍ଣିମା ରେ ଶ୍ରୀଜୀଉ ମାନଙ୍କୁ ପିନ୍ଧା ଯିବାର ପରମ୍ପରା ରହିଆସିଛି।

Leave a Reply

Your email address will not be published. Required fields are marked *