ଯାଜପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)- ଜେଲ ଅନ୍ତେବାସୀଙ୍କ ହାତରେ ରାଖି ବାନ୍ଧିଲେ ପ୍ରଜାପିତା ବ୍ରହ୍ମାକୁମାରିଜ୍ ଦେବୀଗଡା ଶାଖାର ଭଉଣି ମାନେ । ଆଜି ଯାଜପୁର ଉପଗାରରେ ଥିବା ଅନ୍ତେବାସୀ ଓ କର୍ମକର୍ତ୍ତା ଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି ଅନୁଷ୍ଠାନ ର ଭାଇ ଭଉଣି ମାନେ ।
ଆଧ୍ୟାତ୍ମିକ ଚିନ୍ତନ ଆମକୁ ମୁଖ୍ୟ ସ୍ରୋତରେ ନେଇ ଜଣେ ଭଲ ମଣିଷ ଭାବେ ସମାଜରେ ଉପସ୍ଥାପନ କରିପାରିବ ବୋଲି ଭାବନା ଭଉଣି ଅନ୍ତେବାସୀଙ୍କ ଉଦ୍ଵେଶରେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଵଛଭାରତ ଅଭିଯାନ ର ସଂଯୋଜକ ପ୍ରଫୁଲ୍ଲ ଗିରି , ବିକେ ପ୍ରଫୁଲ୍ଲ , ଶାନ୍ତି ଭଉଣୀ, ସାମ୍ବାଦିକ ସୁରେଶ କର , ପ୍ରଶାନ୍ତ ଦ୍ବିବେଦୀ , ବିଶ୍ୱଜିତ୍ ମହାନ୍ତି , ସତ୍ୟଜିତ ବେହେରା ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ ।
ଅନୁଷ୍ଠାନ ର ଏତାଦୃଶ କାର୍ଯ୍ୟପାଇଁ ଜେଲ ସୂପରିଟେଣ୍ଡ ସୁନିଲ କୁମାର ପାତ୍ର ଧନ୍ୟବାଦ୍ ଦେଇଥିଲେ ।
