ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଜିଲାପାଳଙ୍କୁ ଶୁଭେଚ୍ଛା ସହିତ ବିଭିନ୍ନ ଦାବି ଜଣାଇଲେ

ଯାଜପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)- ଯାଜପୁରକୁ ନୂତନ ଜିଲାପାଳ ଭାବେ ପି. ଅନ୍ୱେଷା ରେଡିଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲା ଶାଖାର ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ପ୍ରତିନିଧି ଦଳ ଭେଟି ଶୁଭେଚ୍ଛା ଜଣାଇବା ସହିତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଯାଜପୁର ଜିଲାପାଳଙ୍କ ଜରିଆାରେ ଲିଖିତ ଭାବେ ଜଣାଇଛନ୍ତି । ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ନବୀକରଣ ୨୦୨୪-୨୫ ବର୍ଷ ପାଇଁ ନବୀକରଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ବିଳମ୍ବ ସମ୍ପର୍କରେ । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠା ନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଜିଲ୍ଲାପାଳଙ୍କ ଜରିଆରେ ଜଣାଇଛନ୍ତି । ଏତାଦୃଶ ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନା ନବୀକରଣ ସହ ଏହି ଯୋଜନାରେ ହିତାଧିକାରୀଙ୍କ ପିତା ମାତା ଓ ୨୫ବର୍ଷର ସନ୍ତାନ ସନ୍ତତିମାନଙ୍କୁ ସାମିଲ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟ ଓ ଜିଲା ଅଧିସ୍ୱୀକୃତି କମିଟି ଗଠନ ଓ ଯୋଗ୍ୟ ବିବେଚିତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ, ଅବସରକାଳୀନ ଭତା ପ୍ରଦାନ ଓ ପ୍ରେସ୍ ଏକାଡେମୀ ଗଠନ ନେଇ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି । ଏହି ଦାବି ପତ୍ର ସମୟର ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଜିଲା ସାଧାରଣ ସମ୍ପାଦକ ପିତବାସ ଭୂୟାଁ, କାର୍ଯ୍ୟକାରୀ ସଭାପତି, ଯାଜପୁରର ରଙ୍ଗବଲ୍ଲଭ ସାହୁ,ସୁବାସିଷ ରାଉତ, ବାନ୍ଛାନିଧି ସାହୁ, ବିଦ୍ୟାଧର ବେହେରା, ରବିନାରାୟଣ ରଣା,ଅଜୟ କୁମାର ମିଶ୍ର, ସଂଜୟ କର, ପବିତ୍ର ମହାନ୍ତି, ସୁରେଶ କର, ଜ୍ୟୋତିରଂଜନ ମିଶ୍ର, ଦିବ୍ୟକାନ୍ତ କର, ଜୟପ୍ରକାଶ ନାୟକ, ଭରତ ନାୟକ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *