ପ୍ରଦକ୍ଷଣ ଗୃହ ପରିସରରେ ଚାରାରୋପଣ

ଜଗତସିଂହପୁର,୧୭/୮/୨୦୨୪ (ଓଡ଼ିଶା ସମାଚାର)-ଅଗଷ୍ଟ ୧୪ ତାରିଖ ଦିନ ରାଷ୍ଟ୍ରୀୟ ସୂଚନା  ବିଜ୍ଞାନ କେନ୍ଦ୍ର (NIC), ଜଗତସିଂହପୁର ପକ୍ଷରୁ “Ek Ped Maa Ke Naam- ମା’ ପାଇଁ ଗଛଟିଏ ଲଗାଇବା” ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ପ୍ରଦକ୍ଷଣ ଗୃହ (Circuit House) ପରିସରରେ ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ, ଭା.ପ୍ର.ସେ. ଯୋଗଦେଇ ଚାରାରୋପଣ କରିବା ସହ ଏହି ଗଛ ଗୁଡିକର ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଜଗତସିଂହପୁରକୁ ଧନ୍ୟବାଦ ଦେବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ବିଶ୍ଵ ତାପାୟନ ବୃଦ୍ଧି ପରିପ୍ରେକ୍ଷୀରେ ପ୍ରକୃତି ମାତାର ସୁରକ୍ଷା ନିମନ୍ତେ ସମସ୍ତେ ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ, ଡାଃ ଶଶାଙ୍କ ଶେଖର ଲେଙ୍କା,ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରମୁଖ ଯୋଗଦେଇ ଚାରାରୋପଣ କରିଥିଲେ । ଶ୍ରୀ ଜ୍ୟୋତିପ୍ରକାଶ ବେହେରା,ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଶ୍ରୀ ମୁକେଶ କୁମାର ମଣ୍ଡଳ,ଅତିରିକ୍ତ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ, ଶ୍ରୀ ଅରବିନ୍ଦ ଆଚାର୍ଯ୍ୟ,ଜିଲ୍ଲା ଇ- ଗଭର୍ଣ୍ଣାସ ପରିଚାଳକ, ଶ୍ରୀ ବିକାଶ ଚନ୍ଦ୍ର ଦାସ,ଏଫ.ଏସ.ଇ., ଶ୍ରୀ ଜ୍ୟୋତି ରଞ୍ଜନ ଜେନା,ଏଫ.ଏସ.ଇ., ଶ୍ରୀ ଦେବାଶିଷ ନାୟକ,ଡି.ଆର୍.ଏମ୍., ଶ୍ରୀ ରତି ରଞ୍ଜନ ପଣ୍ଡା,ଜିଲ୍ଲା ମୋ ସେବା କେନ୍ଦ୍ର ପରିଚାଳକ, ଶ୍ରୀ ଶିବ ପ୍ରସାଦ ଦାସ ଯୋଗଦେଇ ଚାରାରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *